ଇକୋନୋମିକ୍ ରିଜିଅନ୍ ଯୋଜନା: ଲୋକସଭା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଲୋକସଭା ଭବନରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇ କହିଛନ୍ତି ଯେ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ ଆମ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏହି ଦିଗରେ ନୀତି ଆୟୋଗଙ୍କ ସହଯୋଗରେ ପ୍ରସ୍ତୁତ ‘ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍’ (BCPPER) ଯୋଜନା ରାଜ୍ୟର ଭିତ୍ତିଭୂମି ଓ ଅର୍ଥନୀତି କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ସେହି କ୍ରମରେ ଆଜି ଲୋକ ସେବା ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ରୋଡ଼ମ୍ୟାପ୍ର ଶୁଭାରମ୍ଭ କରାଯାଉଛି।
ଏହି କରିଡରରେ ୪ଟି ଜିଲ୍ଲା ପୁରୀ-ଖୋର୍ଦ୍ଧା-କଟକ-ଜଗତସିଂହପୁର ସାମିଲ କରାଯାଇଛି। ୧୧ ହଜାର ୮୯୨ ବର୍ଗ କିଲୋମିଟରରେ ଅଞ୍ଚଳ ଏହି କରିଡର ପରିବ୍ୟାପ୍ତ। ଏହି ଅଞ୍ଚଳର ସମନ୍ବିତ ଭିତ୍ତିଭୂମି ସଂସ୍କୃତି-ଅନୁକୂଳ, ନଵସୃଜନ ଅନୁକୂଳ, ପ୍ରକୃତି-ଅନୁକୂଳ ଆଧାରିତ। ପୁରୀର ସାଂସ୍କୃତିକ ଗରିମା, ପାରାଦୀପ ବନ୍ଦର ନଗର, ଆଇଟି ଏଜୁକେସନ ହବ ଭୁବନେଶ୍ୱର, ଐତିହ୍ୟ ସମ୍ପନ୍ନ କଟକ ସହର ଏ ଅଞ୍ଚଳକୁ ଭିନ୍ନ ପରିଚୟ ଦେବ। ୮୦ଟି ପ୍ରକଳ୍ପ ଓ ୩୦ଟି ଢାଞ୍ଚାଗତ ନୀତିକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ୨୦୨୫ରେ ରାଜ୍ୟର ଜିଡିପିକୁ ଏହି ୪ଟି ଅଞ୍ଚଳର ଅବଦାନ ୧୯ ପ୍ରତିଶତ, ୨୨.୩୮ ବିଲିଅନ ଡଲାର ରହିଛି। ୨୦୪୭ ସୁଦ୍ଧା ଏହି ଅଞ୍ଚଳର ଅବଦାନ ୧୫ ଗୁଣା ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି। ଅର୍ଥାତ ୫୦୦ ବିଲିଅନ ଡଲାରକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୈତିକ ଦୃଷ୍ଟିରୁ ଓଡ଼ିଶା ୫ ନମ୍ଵରରେ ରହିବ। ବହୁତ୍ ସ୍ପିଡରେ କାର୍ଯ୍ୟ କରିବା। ପ୍ରତ୍ୟେକଟି ଯୋଜନାକୁ ସହରର ବିକାଶ ସହ ଯୋଡିବା, ନଚେତ୍ କିଛି ମୂଲ୍ୟ ରହିବ ନାହିଁ। ପାରାଦୀପକୁ ଆଉ କେହି ଛୁଇଁ ପାରିବେ ନାହିଁ। ସମସ୍ତଙ୍କୁ ପଛରେ ପକାଇ ଆମେ ଆଗକୁ ବଢ଼ୁଛେ। ହାଇଦ୍ରାବାଦ ପରି ଭୁବନେଶ୍ୱର ମଧ୍ୟ ଦୌଡ଼ିବ। ରାଜ୍ୟକୁ ଗ୍ରାମାଞ୍ଚଳରୁ ୨୦ପ୍ରତିଶତ ଅର୍ଥ ଆସୁଛି। ଆମ ବଜେଟ୍ ପ୍ରସ୍ତୁତ ହେଉଛି। କେନ୍ଦ୍ର ବଜେଟ ନେଇ ଆସିଛନ୍ତି। ନୀତି ଆୟୋଗ ଓଡ଼ିଶାକୁ ବହୁତ ସୁଯୋଗ ଦେଇ ସହଯୋଗ କରିଛନ୍ତି।
Powered by Froala Editor