Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରଶ୍ମିକାଙ୍କୁ ଶାଢ଼ୀ ଉପହାର

  • ଅରିଜିତଙ୍କ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ଗୀତ ...

  • ଦୁବାଇରେ ଫସିଛନ୍ତି ଷ୍ଟାର ପିଭି ସିନ୍ଧୁ

  • କମ୍ ଦୃଶ୍ୟମାନତା ଯୋଗୁଁ ଅଜିତ୍ ଙ୍କ ବିମାନ ...

  • କୁନୋ ନ୍ୟାସନାଲ ପାର୍କରେ ବଢ଼ିଲେ ଚିତା ...

  • ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା

  • କରାଚୀ ହିଂସା: ପୁଲିସ୍‌ ଗୁଳିମାଡ଼ରେ ଗଲା ୧୦ ...

  • କରାଚୀରେ ବ୍ୟାପକ ହିଂସା

  • ଡିଏମ୍‌କେରେ ଯୋଗଦେଲେ ପନିରସେଲଭମ୍

  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ

ରାଜ୍ୟ
Home ›› ରାଜ୍ୟ ››ଗଭୀର ସମୁଦ୍ର ମଝିରେ ନିଖୋଜ ହୋଇଗଲେ ସାର୍ଥକ ମହାପାତ୍ର, ଚିନ୍ତା ପ୍ରକଟ କଲେ ନବୀନ

ଗଭୀର ସମୁଦ୍ର ମଝିରେ ନିଖୋଜ ହୋଇଗଲେ ସାର୍ଥକ ମହାପାତ୍ର, ଚିନ୍ତା ପ୍ରକଟ କଲେ ନବୀନ

2026-02-06 06:24:11
15371
Share:
Facebook
Twitter
E-Mail
WhatsApp
Telegram
ଗଭୀର ସମୁଦ୍ର ମଝିରେ ନିଖୋଜ ହୋଇଗଲେ ସାର୍ଥକ ମହାପାତ୍ର, ଚିନ୍ତା ପ୍ରକଟ କଲେ ନବୀନ

 ଭୁବନେଶ୍ବର: ଓଡ଼ିଶାରୁ କ୍ୟାଡେଟ୍‌ ମହାପାତ୍ରଙ୍କ ନିଖୋଜ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଭାରତ ସରକାରଙ୍କ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ନିବେଦନ କରିବା ସହ ସାର୍ଥକଙ୍କ ପରିବାରକୁ ସମର୍ଥନ କରିବା ପାଇଁ ଅଂଶୀଦାରଙ୍କ ସହିତ ସମନ୍ୱୟ ସ୍ଥାପନ କରିବାକୁ କହିଛନ୍ତି ନବୀନ । ସନ୍ଧାନ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି ନବୀନ ।

ଜଣେ ଶିକ୍ଷାନବୀଶ ଓଡ଼ିଆ ନାବିକ ଭଦ୍ରକ ଜିଲା ଗୋପାଳବିନ୍ଧାର ସାର୍ଥକ ମହାପାତ୍ର (୨୨) ଗଭୀର ସମୁଦ୍ର ମଝିରେ ନିଖୋଜ ହେବାର ତିନିଦିନ ପରେ ମଧ୍ୟ ତାଙ୍କର ଖୋଜଖବର ମିଳିନାହିଁ। ତେବେ ତାଙ୍କୁ ଠାବ ଓ ଉଦ୍ଧାର କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶା ସରକାରଙ୍କ ପ୍ରମୁଖ ଆବାସିକ ଆୟୁକ୍ତ ବିଶାଳ ଗଗନ କେନ୍ଦ୍ରକୁ ଏନେଇ ଚିଠି ଲେଖିଛନ୍ତି। ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ, ବନ୍ଦର, ସିପିଂ, ଜଳପଥ ମନ୍ତ୍ରଣାଳୟ ଅଧୀନ ସିପିଂ ସଚିବ ଏବଂ ମହାନିର୍ଦେଶକଙ୍କୁ ଶ୍ରୀ ଗଗନ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି।

ସୂଚନା ଯେ, ‘ଇଏ ଜର୍ସି’ ନାମକ ଏକ ମାଲବାହୀ ଜାହାଜ ଭାରତ ମହାସାଗରରେ ଚୀନରୁ ପଶ୍ଚିମ ଆଫ୍ରିକା ଅଭିମୁଖେ ଯାଉଥିବାବେଳେ ଏଥିରେ କାର୍ୟ୍ୟ କରୁଥିବା ସାର୍ଥକ ମରିସସ୍ ନିକଟବର୍ତ୍ତୀ ଅଞ୍ଚଳରେ ନିଖୋଜ ହୋଇଯାଇଥିଲେ। ୩ତାରିଖ ସକାଳ ୬ଟା ୧୫ରେ ତାଙ୍କୁ ଶେଷଥର ପାଇଁ କ୍ୟାବିନକୁ ଯାଉଥିବା ଦେଖାଯାଇଥିଲା; କିନ୍ତୁ ସକାଳ ସକାଳ ପ୍ରାୟ ୮ଟା ୩୦ରେ ଚିଫ୍ ଅଫିସର ତାଙ୍କ କ୍ୟାବିନ ଯାଞ୍ଚ କରିବାକୁ ଯାଇଥିବାବେଳେ ତାହା ଖାଲି ଥିଲା। ଏହାପରେ ସମଗ୍ର ଜାହାଜରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ସେ ରହିବା ସ୍ଥାନ, ଡେକ୍ ଏବଂ ଅନ୍ୟାନ୍ୟ ଅଂଶକୁ ଯାଞ୍ଚ ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳି ନ ଥିଲା। ସକାଳ ପ୍ରାୟ ୯ଟା ୪୦ରେ ଜାହାଜର ‘ସାଧାରଣ ସତର୍କ ଘଣ୍ଟି’ ବଜାଯାଇ ସମସ୍ତ କ୍ରୁ ସଦସ୍ୟଙ୍କ ଗଣନା କରାଯାଇଥିବାବେଳେ ସାର୍ଥକଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହା ପରେ ଜାହାଜର ଗତି କମାଇ ଦିଆଯାଇ ସନ୍ଧାନ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାହାଜରୁ ଏକ ବିପଦ ସଙ୍କେତ ଜାରି କରାଯାଇଥିଲା ଏବଂ ନିକଟସ୍ଥ ସାମୁଦ୍ରିକ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକୁ ଅବଗତ କରାଯାଇଥିଲା। ସାମୁଦ୍ରିକ ଉଦ୍ଧାର ସମନ୍ବୟ କେନ୍ଦ୍ର, ମରିସସ୍‌କୁ ମଧ୍ୟ ସତର୍କ କରାଯାଇଛି। ଆଖପାଖ ସମୁଦ୍ର ଅଞ୍ଚଳରେ ନିରନ୍ତର ସନ୍ଧାନ ଅଭିଯାନ ଜାରି ରହିଛି।

ଓଡ଼ିଆ କ୍ୟାଡେଟ୍‌ ସାର୍ଥକ ମହାପାତ୍ରଙ୍କ କୌଣସି ସନ୍ଧାନ ମିଳିପାରି ନ ଥିବାରୁ ତାଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି ା ଏକମାତ୍ର ପୁଅ ସାର୍ଥକଙ୍କୁ ଝୁରି ଝୁରି ତାଙ୍କ ମା’ ମାନସିକ ସ୍ଥିତି ହରାଇ ସାରିଲେଣି ା ସାର୍ଥକଙ୍କୁ ତୁରନ୍ତ ଉଦ୍ଧାର କରି ତାଙ୍କ ସହ କଥାବାର୍ତ୍ତା କରାଇବା ପାଇଁ ରାଜ୍ୟ ସରକାର ଓ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କ ନିକଟରେ ଆକୁଳ ନିବେଦନ କରିଥିଲେ। ଭଦ୍ରକ ଜିଲା ଗୋପାଳବିନ୍ଧାର ମୂଳ ବାସିନ୍ଦା ସତ୍ୟଜିତ ମହାପାତ୍ର ଓ ରଶ୍ମିତା ସାହୁଙ୍କ ଏକମାତ୍ର ପୁତ୍ର ସାର୍ଥକ ରାଉରକେଲା ଛେଣ୍ଡରେ ରହୁଥିବା ତାଙ୍କ ବଡ଼ବାପା ଡାକ୍ତର ବିଶ୍ବଜିତ ମହାପାତ୍ରଙ୍କ ପାଖରେ ପିଲାଟି ଦିନରୁ ରହି ପାଠ ପଢ଼ୁଥିଲେ। ପରେ ଭୁବନେଶ୍ବର ସୈନିକ ବିଦ୍ୟାଳୟରେ ପଢ଼ିବା ପାଇଁ ସୁଯୋଗ ପାଇ ସେଠାକୁ ଯାଇଥିଲେ। ତେଣୁ ରାଉରକେଲାରେ ସେବିକା ଭାବେ କାର୍ୟ୍ୟ କରୁଥିବା ମା’ ରଶ୍ମିତା ମଧ୍ୟ ଭୁବନେଶ୍ବର ଯାଇ ସେଠାରେ ଏକ ହାସ୍‌ପାତାଲରେ ଯୋଗ ଦେଇଥିଲେ। ମେଧାବୀ ସାର୍ଥକ ସୈନିକ ସ୍କୁଲରେ ପାଠ ପଢ଼ି ସାରିବା ପରେ ‘ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣଗ୍ରିପ ସିପ୍ ମ୍ୟାନେଜମେଣ୍ଟ’ କମ୍ପାନୀ ଅଧୀନରେ ଇଣ୍ଟର୍ଣ୍ଣସିପ୍‌ କରୁଥିଲେ।

ଫେବୃଆରୀ ୪ ତାରିଖରେ ତାଙ୍କର ଇଣ୍ଟର୍ଣ୍ଣସିପ୍‌ ସରିବାର ଥିଲା। ଶେଷଥର ପାଇଁ ୨ ତାରିଖ ଦିନ ସାର୍ଥକ ତାଙ୍କ ମା’ଙ୍କ ସହ କଥା ହୋଇ ସେ ଭଲରେ ଥିବା ଓ ଖୁବ୍‍ଶୀଘ୍ର ତାଙ୍କ ନିକଟକୁ ଆସିବେ ବୋଲି କହିଥିଲେ ା ସାର୍ଥକଙ୍କ ମା’ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଆକୁଳ ନିବେଦନ କରିଛନ୍ତି। 

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • କରାଚୀ ହିଂସା: ପୁଲିସ୍‌ ଗୁଳିମାଡ଼ରେ ଗଲା ୧୦ ପ୍ରାଣ
    ଦେଶ-ଦେଶାନ୍ତର

    କରାଚୀ ହିଂସା: ପୁଲିସ୍‌ ଗୁଳିମାଡ଼ରେ ଗଲା ୧୦ ପ୍ରାଣ

    14400
    Mar 01, 2026
  • ଅରିଜିତଙ୍କ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ଗୀତ
    ମନୋରଞ୍ଜନ

    ଅରିଜିତଙ୍କ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ଗୀତ "ରୈନା" ରିଲିଜ୍

    14810
    Mar 01, 2026
  • ଡିଏମ୍‌କେରେ ଯୋଗଦେଲେ ପନିରସେଲଭମ୍
    ଦେଶ-ଦେଶାନ୍ତର

    ଡିଏମ୍‌କେରେ ଯୋଗଦେଲେ ପନିରସେଲଭମ୍

    14987
    Feb 28, 2026
  • କୁନୋ ନ୍ୟାସନାଲ ପାର୍କରେ ବଢ଼ିଲେ ଚିତା ସଂଖ୍ୟା
    ଦେଶ-ଦେଶାନ୍ତର

    କୁନୋ ନ୍ୟାସନାଲ ପାର୍କରେ ବଢ଼ିଲେ ଚିତା ସଂଖ୍ୟା

    14399
    Mar 01, 2026
  • କରାଚୀରେ ବ୍ୟାପକ ହିଂସା
    ଦେଶ-ଦେଶାନ୍ତର

    କରାଚୀରେ ବ୍ୟାପକ ହିଂସା

    14019
    Mar 01, 2026
  • ଦୁବାଇରେ ଫସିଛନ୍ତି ଷ୍ଟାର ପିଭି ସିନ୍ଧୁ
    ଦେଶ-ଦେଶାନ୍ତର

    ଦୁବାଇରେ ଫସିଛନ୍ତି ଷ୍ଟାର ପିଭି ସିନ୍ଧୁ

    14213
    Mar 01, 2026
  • ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା

    15120
    Mar 01, 2026
  • କମ୍ ଦୃଶ୍ୟମାନତା ଯୋଗୁଁ ଅଜିତ୍ ଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା
    ଦେଶ-ଦେଶାନ୍ତର

    କମ୍ ଦୃଶ୍ୟମାନତା ଯୋଗୁଁ ଅଜିତ୍ ଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା

    15119
    Mar 01, 2026
  • ରଶ୍ମିକାଙ୍କୁ ଶାଢ଼ୀ ଉପହାର
    ମନୋରଞ୍ଜନ

    ରଶ୍ମିକାଙ୍କୁ ଶାଢ଼ୀ ଉପହାର

    15079
    Mar 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୁନୋ ନ୍ୟାସନାଲ ପାର୍କରେ ବଢ଼ିଲେ ଚିତା ସଂଖ୍ୟା

    14399
    Mar 01, 2026
  • ଦେଶ-ଦେଶାନ୍ତର

    ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା

    15120
    Mar 01, 2026
  • ଦେଶ-ଦେଶାନ୍ତର

    କରାଚୀରେ ବ୍ୟାପକ ହିଂସା

    14019
    Mar 01, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17355
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17424
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17770
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16243
    Apr 03, 2021

ବିଶେଷ

  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    14507
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14398
    Feb 27, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    14367
    Feb 26, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    15444
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15954
    Feb 23, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15121
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14973
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14486
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16102
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ

    13852
    Feb 28, 2026
  • ଡିଏମ୍‌କେରେ ଯୋଗଦେଲେ ପନିରସେଲଭମ୍

    14987
    Feb 28, 2026
  • କମ୍ ଦୃଶ୍ୟମାନତା ଯୋଗୁଁ ଅଜିତ୍ ଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା

    15119
    Mar 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In