ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ ଅଫିସ ଘେରାଉ କଲେ ଗ୍ରାମବାସୀ
ବାଣପୁର: ଖରାଦିନେ ସାଧାରଣତଃ ପାନୀୟ ଜଳ ସମସ୍ୟା ଦେଖାଦେଇଥାଏ। ଚିଲିକା ବ୍ଲକ ବଡ଼କୁଳ ପଞ୍ଚାୟତ ସୁବୁଦ୍ଧି ପାଟଣା ଗାଁରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗାଁରେ ୧୦୦ ପରିବାରକୁ ମାତ୍ର ୨ ଟି ଷ୍ଟାଣ୍ଡ ପୋଷ୍ଟ ରହିଛି। ଗାଁରେ ନଳକୂପ ଥିଲେ ବି ଖାରିପାଣି ଯୋଗୁଁ ତାହା ବ୍ୟବହାର ଯୋଗ୍ୟ ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ।
ଆଜି ଗାଁର କିଛି ମହିଳା ଓ ପୁରୁଷ ମାନେ ଆସି ପଞ୍ଚାୟତ ଅଫିସ ଆଗରେ ଧାରଣାରେ ବସିଥିଲେ। ଏବଂ ପାଣି ନାହିଁ ତ ଭୋଟ ନାହିଁ ବୋଲି ନାରାବାଜି କରିଥିଲେ। ଏପରିକି ସରପଞ୍ଚ ଙ୍କୁ ମଧ୍ୟ ଘେରିଥିଲେ। ପରେ ଆରଡବ୍ଲୁଏସଏସ୍ ଜେଇ ନିଜେ ଆସି ସମସ୍ୟାର ଅନୁଧ୍ୟାନ କରିବେ। ଏବଂ ଆସନ୍ତା ୧୫ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀମାନେ ଧାରଣାରୁ ହଟିଥିଲେ।
Powered by Froala Editor