ବୁଦା ମୂଳରୁ ନବଜାତ ପୁତ୍ରର ମୃତଦେହ ଉଦ୍ଧାର
ପାଳଲହଡ଼ା: ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ ଖେଳପଡିଆ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ବୁଦା ମୂଳରୁ ଏକ ନବଜାତ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଛୁଆଟି କାନ୍ଦିବା ପରେ ଲୋକେ ଦେଖି ପ୍ରଶାସନକୁ ଖବର ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଲୋକେ ପ୍ରଥମେ ଶିଶୁପୁତ୍ରର କାନ୍ଦ ଶୁଣିଥିଲେ । ଶିଶୁ ପୁତ୍ରଟି ଖେଳ ପଡିଆ ନିକଟ ଏକ ବୁଦାମୂଳରେ ପଡ଼ିଥିବା ଦେଖି ନବଜାତଟିକୁ ଉଦ୍ଧାର କରିବା ସହ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ପରେ ପାଲଲହଡା ସିଡିପିଓ, ପୁଲିସ ଏବଂ ଏକ ଟିମ ଗାଁରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଶିଶୁ ପୁତ୍ରଟିକୁ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
Powered by Froala Editor