ଯାଜପୁରରେ ସବୁ ସ୍କୁଲ୍ ଛୁଟି ଘୋଷଣା
ଯାଜପୁର : ଓଡିଶାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଯାଜପୁର, ବାଲେଶ୍ବର, ପୁରୀ, ମୟୂରଭଞ୍ଜ ଏବଂ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମହାମହିମଙ୍କ ଗସ୍ତକୁ ଆଖି ଆଗରେ ରଖି ଆଜି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଆଜି ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ ଓ ପିଣ୍ଡଦାନ ଥିବାରୁ ପୌରପାଳିକା ସମେତ ସହର ସଂଲଗ୍ନ ସବୁ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଇଓ ଛୁଟି ଘୋଷଣା କରିଛନ୍ତି।
ଆଜି ସେ ଯାଜପୁର ଗସ୍ତ କରି ବିରଜା ମନ୍ଦିର ପରିଦର୍ଶନ କରି ନାଭିଗୟାଠାରେ ପୂଜାର୍ଚ୍ଚନା କରିବେ। ଅପରାହ୍ଣରେ ବାଲେଶ୍ୱର ଗସ୍ତ କରି ଫକୀରମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସନ୍ଧ୍ୟାରେ ସେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ, ଆଳତି ଏବଂ ପିଣ୍ଡଦାନ କରିବେ।
Powered by Froala Editor