ବନ୍ଧୁକ ମୁନରେ ଲୁଟିନେଲେ ୬ ଲକ୍ଷ ୮୦ ହଜାର ଟଙ୍କା ଓ ୧୧ ଲକ୍ଷ ଟଙ୍କାର ସୁନା ଗହଣା
କେନ୍ଦୁଝର:କେନ୍ଦୁଝର ସଦର ଥାନା ବାୟାପଣ୍ଡାଧାରରେ ସଶସ୍ତ୍ର ଡକାୟତି। ଗତକାଲି ବିଳମ୍ବିତ ରାତିରେ ଆଠ ଜଣ ମୁଖା ପିନ୍ଧା ଡାକାୟତ ପାଣି ମାଗିବା ବାହାନାରେ ସଂଗ୍ରାମ କେଶରୀ ନାଏକ ଙ୍କ ଘରେ ପଶି ବନ୍ଧୁକ ମୁନରେ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ଓ ୧୧ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ସଂଗ୍ରାମଙ୍କ କହିବା ଅନୁଯାୟୀ ଡକାୟତ ମାନେ ପ୍ରଥମେ ଜଣେ ବ୍ୟକ୍ତିକୁ ଟେକି ଟେକି ଆଣି ଦୁର୍ଘଟଣା ଘଟିଯାଇଛି ଟିକେ ପାଣି ଦିଅ କହି ଡ୍ରାମା କରିଥିଲେ । ଘର ଲୋକେ ପାଣି ଦେବାକୁ କବାଟ ଖୋଲିବା ମାତ୍ରେ ୮ ଜଣ ମୁଖା ପିନ୍ଧା ଡକାୟତ ତୁରନ୍ତ ଘର ଭିତରେ ପଶି ସମସ୍ତ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ସବୁ ଛଡାଇ ନେବା ସହ ସମସ୍ତ ଙ୍କୁ ଗୋଟେ ଘରେ ପୁରାଇ କାବାଟ ବନ୍ଦ କରି ଦେଇଥିଲେ ।
ଏହାପରେ ଘରର ଅଲମାରି , ଖଟର ବକ୍ସ ଓ ବ୍ୟାଗ ଆଦି ଖୋଲି ତନ୍ନ ତନ୍ନ କରି ଖୋଜି ସମସ୍ତ ଟଙ୍କା ପଇସା ଓ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ ।
Powered by Froala Editor