ଫାଟିଲା ଗ୍ୟାସ ବେଲୁନ, ୩ ଗୁରୁତର
ସୁନ୍ଦରଗଡ : ଗ୍ୟାସ ବେଲୁନ ଫାଟି ୩ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ଧର୍ମଶାଳା ସ୍କୁଲ ନିକଟ ଅନୁକୂଳ ଚନ୍ଦ୍ର ବା ଜୟଗୁରୁ ମନ୍ଦିର ନିକଟରେ । ମନ୍ଦିରରେ ଏକ ବଡ ହିଲିୟମ ଗ୍ୟାସ ବେଲୁନ ଉଡ଼ା ଯାଇଥିଲା । ସେଥିରେ ଗ୍ୟାସ ସରିଯିବାରୁ ବେଲୁନଟି ତଳକୁ ଖସି ଯାଇଥିଲା। ଆଜି ତାକୁ ତଳକୁ ଓହ୍ଲାଇଲାବେଳେ ହଠାତ ବେଲୁନଟି ଫାଟି ଯାଇ ନିଆଁ ଲାଗିଯାଇଥିଲା । ଏଥିରେ ତିନି ଜଣ ଆହତ ହୋଇଛନ୍ତି । ଦୁଇ ଜଣ ଆହତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟ ଜଣଙ୍କୁ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।
Powered by Froala Editor