ଭାରତକୁ ବାୟୋଫାର୍ମା ହବ କରିବାକୁ ବଡ଼ ଘୋଷଣା
ନୂଆଦିଲ୍ଲୀ: ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦୀ ସରକାରରେ ନିର୍ମଳାଙ୍କର ଏହା ନବମ ବଜେଟ ଉପସ୍ଥାପନ । ଭାରତକୁ ବାୟୋଫାର୍ମା ହବ କରିବାକୁ ବଡ଼ ଘୋଷଣା କରାଯାଇଛି । ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ ନବେଶ କରାଯିବ । ୫ ବର୍ଷରେ ବ୍ୟୟ କରିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ କରାଯିବ । ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ । ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡଙ୍କୁ ଟ୍ରେନିଂ ଦିଆଯିବ ।
କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ ବୋଲି ନିର୍ମଳା କହିଛନ୍ତି । ବିଗତ ୧୧ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖୁଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବର୍ଷ ବଜେଟ ଯୁବଶକ୍ତି ବଜେଟ ହେବାକୁ ଯାଉଛି, ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢୁଛି ।
ନିର୍ମଳା କହିଛନ୍ତି ଯେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍କା ସାଥ୍ ସବ୍କା ବିକାଶ, ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦେଉଛି ।
Powered by Froala Editor