ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇ ସ୍ୱାଗତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ସକାଳ ୮ଟା ୪୫ମିନିଟରୁ ୯ଟା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଦଳ (ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏବଂ ସଚିବ) ସହିତ ନର୍ଥ ବ୍ଲକ୍ (ଅର୍ଥ ମନ୍ତ୍ରଣାଳୟ)ରୁ ପ୍ରସ୍ଥାନ କରନ୍ତି । ପ୍ରଥମ ଫଟୋ ସେସନ୍ ହୋଇଛି, ଯେଉଁଠଶରେ ସେ ଗଣମାଧ୍ୟମକୁ ବଜେଟର ଡିଜିଟାଲ୍ ଲେଜର ଦେଖାଇଛନ୍ତି ।
ସକାଳ ୯ଟା ୧୫ମିନିଟରେ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ । ସେଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ, ରାଷ୍ଟ୍ରପତି ବଜେଟ୍ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବରେ ଅଧିକାର ଦେଇଛନ୍ତି । ଏକ ପୁରୁଣା ରୀତିନୀତି ଅନୁଯାୟୀ, ରାଷ୍ଟ୍ରପତି ଅର୍ଥମନ୍ତ୍ରୀଙ୍କୁ ଦହି ଏବଂ ଚିନି ଖୁଆଇ ସ୍ୱାଗତ କରିଥିଲେ ।
ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ପାଇବା ପରେ ସକାଳ ୧୦ଟାରେ ଅର୍ଥମନ୍ତ୍ରୀ ସିଧାସଳଖ ସଂସଦ ଭବନରେ ପହଞ୍ଚିଛନ୍ତି । ସେଠାରେ ମଧ୍ୟ ମୁଖ୍ୟ ଫାଟକରେ ଗଣମାଧ୍ୟମ ପାଇଁ ଏକ ସଂକ୍ଷିପ୍ତ ଫଟୋ ସେସନ୍ ହୋଇଥାଏ ।
Powered by Froala Editor