ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ଆଜି ସଂସଦରେ ଖୋଲିବ ରାଜସ୍ବ ପେଡ଼ି। କେନ୍ଦ୍ରୀୟ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ସଂସଦରେ ଏହା ତାଙ୍କର ନବମ ବଜେଟ୍ ହେବ । ଆୟକର ବ୍ୟବସ୍ଥାରେ ରିହାତି ମିଳିବ କି ନାହିଁ, ସୁନା ଓ ରୂପାର ଦର ଉପରମୁହାଁ ନା ତଳମୁହାଁ ହେବ ତା ଉପରେ ରହିଛି ସାରା ଦେଶବାସୀଙ୍କ ନଜର।
ତେବେ ବଜେଟ୍ ପୂର୍ବରୁ ଆଜି ବଜେଟ୍ ଫାଇଲ୍ ସହ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହାମହିମ ରାଷ୍ଟ୍ରପତିଙ୍କୁ ବଜେଟ୍ କପି ପ୍ରଦାନ କରାଯାଇଥିବାବେଳେ ୨୦୨୬-୨୭ ବଜେଟକୁ ମଞ୍ଜୁରୀ ଦେଇଛନ୍ତି ।
Powered by Froala Editor