ଏଏସଓ ପରୀକ୍ଷା ଜାଲିଆତି, ଛଅ ଜଣ ଗିରଫ
ଓଡ଼ିଶା ହାଇକୋର୍ଟ ଏଏସଓ ପରୀକ୍ଷା ଜାଲିଆତି ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ଲାଲବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ହିମାଂଶୁ ଶେଖର ଦାଶ,ଶ୍ରୀଧର ମନ୍ତ୍ରୀ,ଆଲୋକ ସାହୁ,ନିର୍ମାଲ୍ୟ କୁମାର ଦାସ,ଗଙ୍ଗାଧର ଜେନା ଓ ଜ୍ୟୋତିର୍ମୟୀ ସାହୁ।
୨୦୨୪ ଏଏସଓ ପରୀକ୍ଷାରେ ମଡେଲ ଆନସର୍ ଲିକ ଘଟଣାରେ ଅଭିଯୁକ୍ତ ମାନଙ୍କର ରହିଛି ସଂପୃକ୍ତି। ପରୀକ୍ଷା ପରିଚାଳନା ସହିତ ଜଡ଼ିତ ଆଉଟ୍ ସୋର୍ସିଂ ଏଜେନ୍ସିର ସଂପୃକ୍ତି ଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିଲା ପୋଲିସ। ପୋଲିସ ଏସଆଇ ଏବଂ ଓଟିଇଟି ପରୀକ୍ଷାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କର ମଧ୍ୟ ଏହି ମାମଲାରେ ଲିଙ୍କ ରହିଥିବା ଜାଣିବାକୁ ପାଇଛି ପୋଲିସ।
Powered by Froala Editor