୬୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ମିଳିଲା ଚାକିରି
ନୂଆଦିଲ୍ଲୀ: ନିଯୁକ୍ତିପତ୍ର ପାଇଲେ ନବନିଯୁକ୍ତ ଯୁବକ, ଯୁବତୀ । ୬୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ମିଳିଲା ଚାକିରି । ଆଜି ୧୮ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବନିଯୁକ୍ତଙ୍କୁ ଟିପ୍ପ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମୟ ତୁମଙ୍କୁ ସମ୍ବିଧାନ ପ୍ରତି ଆପଣଙ୍କର ଦାୟିତ୍ୱର ନିକଟତର କରୁଛି । ୨୪ ଜାନୁଆରୀରେ, ଆମର ସମ୍ବିଧାନ ଜନ ଗଣ ମନକୁ ଜାତୀୟ ସଙ୍ଗୀତ ଭାବରେ ଏବଂ ବନ୍ଦେ ମାତରମକୁ ଜାତୀୟ ଗୀତ ଭାବରେ ଗ୍ରହଣ କରିଛି । ଏହି ନିଯୁକ୍ତି ପତ୍ର ଏକ ପ୍ରକାରେ, ରାଷ୍ଟ୍ର ନିର୍ମାଣ ପାଇଁ ଏକ ନିମନ୍ତ୍ରଣ ପତ୍ର । ଏହା ଏକ ବିକଶିତ ଭାରତ ଆଡ଼କୁ ଦିଗଦର୍ଶନ ଦେବା ପାଇଁ ଏକ 'ସଂକଳ୍ପ ପତ୍ର' ।
"ଏହି ନିଯୁକ୍ତି ମେଳାଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ଭାରତର ବିଭିନ୍ନ ସ୍ଥାନରୁ ମନୋନୀତ ନବନିଯୁକ୍ତ ପ୍ରାର୍ଥୀମାନେ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗରେ ଯୋଗଦେବେ । ନବନିଯୁକ୍ତ ଅଧିକାରୀମାନେ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଇତ୍ୟାଦିରେ କାର୍ୟ୍ୟ କରିବେ ।
Powered by Froala Editor