ଦିନରେ ଗରମ ଅନୁଭୂତ, ବୃଦ୍ଧି ପାଉଛି ତାପମାତ୍ରା
ଭୁବନେଶ୍ୱର: ଦିନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି । ଆସନ୍ତା ୪-୫ ଦିନ ପାଇଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଅର୍ଥାତ୍ ଦିନରେ ଗରମ ଅନୁଭୂତ ହେଲେ ମଧ୍ୟ ରାତିରେ ହାଲୁକା ଥଣ୍ଡା ରହିବ । ମଙ୍ଗଳବାର ୧୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା । ସେଥିରୁ ୮ଟି ସହରରେ ପାରଦ ୩୧ ଡିଗ୍ରୀ ଅତିକ୍ରମ କରିଥିଲା ।
ଝାରସୁଗୁଡ଼ାରେ ପାରଦ ସର୍ବାଧିକ ୩୨.୫ ଡିଗ୍ରୀ ସେଲସିୟସ୍, ସମ୍ବଲପୁର ୩୧.୭, ଭୁବନେଶ୍ୱର ୩୧.୬, ଭଦ୍ରକ ୩୧.୫, ସୁନ୍ଦରଗଡ଼ ୩୧.୪, ଅନୁଗୁଳ ୩୧.୧, ଟିଟିଲାଗଡ଼ ୩୧, ପାରଳାଖେମୁଣ୍ଡି ୩୧ ଡିଗ୍ରୀ ଥିଲା । ସୋମବାର ରାତିରେ ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୩, ସିମିଳିଗୁଡ଼ା ୬.୬, ଫୁଲବାଣୀ ୭.୮, ନବରଙ୍ଗପୁର ୯.୫, ଭବାନୀପାଟଣା ୧୦ ଡିଗ୍ର୍ରୀ ଥିଲା । କଟକ ୧୧.୮ ଓ ଭୁବନେଶ୍ୱର ୧୨.୭ ଡିଗ୍ରୀ ରହିଥିଲା । ଉଭୟ ସହରରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଯଥାକ୍ରମେ ୨.୬ ଓ ୨.୮ ଡିଗ୍ରୀ କମ୍ ଥିଲା ।
Powered by Froala Editor