ଚିଲିକାରେ ଡ଼ଲଫିନ ଗଣନା ହେବ ଆସନ୍ତାକାଲି
ଚିଲିକା: ଆସନ୍ତାକାଲି ଚିଲିକାରେ ହେବ ଡ଼ଲଫିନ ଗଣନା । ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ କାର୍ୟ୍ୟାଳୟ ସଭାଗୃହରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗଣନା ୩ ଦିନ ଧରି ୨୨ ତାରିଖ ପର୍ୟ୍ୟନ୍ତ ଚାଲିବ। ଏଥିପାଇଁ ଆଜି ଡ଼ଲଫିନ ଅଭୟାରଣ୍ୟ ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଡ଼ଲଫିନ ଗଣନା ପାଇଁ ୨ଟି ରେଂଜ ର ୩ ସେକ୍ଟରରେ ରହିବେ ୧୮ ଟିମ। ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ଗଣନା କାର୍ୟ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ।
ଏହି ଗଣନାରେ ୧୩୦ ରୁ ଉର୍ଦ୍ଧ ବିଭାଗୀୟ କର୍ମଚାରୀ,ସ୍ବେଛାସେବୀ,ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି,ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ସିଡିଏ କର୍ମଚାରୀ,ଓୟୁଏଟି ଛାତ୍ରଛାତ୍ରୀ ଅଣସରକାରୀ ସଂସ୍ଥା କର୍ମଚାରୀ ମାନେ ସାମିଲ ହେବେ। ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ ରହିବ ।
Powered by Froala Editor