ସାରା ରାଜ୍ୟରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ
ଭୁବନେଶ୍ୱର: ସାରା ରାଜ୍ୟରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ଜାରି ରହିଛି । ଚିଲିକାରେ ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ପର୍ୟ୍ୟନ୍ତ ପକ୍ଷୀ ଗଣାନା କରାଯିବ । ଏଠାରେ ୫ଟି ରେଞ୍ଜ ପାଇଁ ମୋଟ ୨୨ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଚିଲିକାର ବିଭିନ୍ନ ସ୍ଥାନ ବୁଲି ପକ୍ଷୀ ଗଣନା କରାଯାଉଛି । ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା ହେଉଛି । ସାତପଡାରେ ୪, ଟାଙ୍ଗୀରେ ୮, ବାଲୁଗାଁରେ ୭, ରମ୍ଭାରେ ୨ ଓ ନୂଆପଡାରେ ଗୋଟିଏ ଟିମ୍ ନିୟୋଜିତ ହୋଇ ପକ୍ଷୀ ଗଣନା କରୁଛନ୍ତି । ଚଳିତ ବର୍ଷ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି ।
Powered by Froala Editor