ରାଉରକେଲା ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ
ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୁଶାନ୍ତ ବିଶ୍ୱାଳ ।
ଗତ ଶନିବାର ରାଉରକେଲାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଆଜି ଜଣେ ଯାତ୍ରୀ ଏୟାରଲିଫ୍ଟ ପୂର୍ବରୁ ଆଖି ବୁଜିଛନ୍ତି । ସ୍ଥାନୀୟ ଏକ ବେସରକାରୀ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି । ଏବେବି ଉକ୍ତ ଚିକିତ୍ସାଳୟରେ ପାଇଲଟ, ସହ ପାଇଲଟ ଓ ମୃତକଙ୍କ ଭଉଣୀଙ୍କ ଚିକିତ୍ସା ଚାଲିଛି । ଦୁଇଜଣ ଆହତ ଯାତ୍ରୀ ମୁମ୍ବଇର ଏକ ଚିକିତ୍ସାଳୟକୁ ଏୟାରଲିଫ୍ଟ ହୋଇସାରିଛନ୍ତି । ସୂଚନାଯୋଗ୍ୟ ଗତ ଶନିବାର ଦିନ ପ୍ରାୟ ୧ଟା ୨୦ମିନିଟରେ ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ଉଡାଣ ଭରୁଥିବା ଇଣ୍ଡିଆ ୱାନ ଏୟାର ବିମାନ ବାଉଁଶଟୋଲାର ଏକ ଖୋଲା ପଡ଼ିଆରେ ଖସି ପଡ଼ିଥିଲା ।
Powered by Froala Editor