Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, January 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ...

  • ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ...

  • ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ...

  • ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

  • ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ...

  • ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ...

  • ମାଞ୍ଜା ସୂତାରେ କଟିଗଲା ବେକ

  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ...

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ...

  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

2026-01-15 03:31:07
14499
Share:
Facebook
Twitter
E-Mail
WhatsApp
Telegram
ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

କଲକାତା: ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପ୍ୟାକ୍‌) କାର୍ଯ୍ୟାଳୟ ଓ ଏହାର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢଉକୁ ନେଇ ତୃୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଦଳ ଟିଏମ୍‌ସି ଏହାର ଆବେଦନରେ ଇଡି ଜବତ କରିଥିବା ଦଳର ନିର୍ବାଚନ ରଣନୀତି ସମ୍ପର୍କିତ କାଗଜପତ୍ର ଫେରାଇବାକୁ ଦାବି କରିଥିଲା। ମାତ୍ର ଇଡି ତା’ର ଜବାବରେ କହିଥିଲା ଯେ ଏହା ଆଇ-ପ୍ୟାକ୍ କାର୍ଯ୍ୟାଳୟ କିମ୍ବା ପ୍ରତୀକ ଜୈନଙ୍କ ବାସଭବନରେ ଚଢଉ ସମୟରେ କୌଣସି କାଗଜପତ୍ର ଜବତ କରି ନାହିଁ।

ଆଇ-ପ୍ୟାକ୍ କାର୍ଯ୍ୟାଳୟ ଓ ପ୍ରତୀକଙ୍କ ବାସଭବନରେ ଚଢଉ ସମୟରେ ଯେଉଁସବୁ କାଗଜପତ୍ର ଜବତ ହୋଇଥିଲା ତାକୁ ମମତା ଛଡାଇ ନେଇଥିଲେ। ତେଣୁ ତାଙ୍କ ପାଖରେ ଆଉ କୌଣସି ଜବତ କାଗଜପତ୍ର ନାହିଁ। ଇଡି ଏପରି ଜବାବ ଦେବା ସହ ମମତାଙ୍କ ଆବେଦନକୁ ଖାରଜ କରିଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ।
ଇଡି ଠାରୁ ଏପରି ଉତ୍ତର ପାଇବା ପରେ ବିଚାରପତି ଶୁଭ୍ରା ଘୋଷ ଟିଏମସିର ଆବେଦନକୁ ଖାରଜ କରିଦେଇଥିଲେ।

ନିର୍ବାଚନ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋରଙ୍କ ଦ୍ବାରା ପ୍ରତିଷ୍ଠିତ କନସଲଟାନ୍ସି ଗ୍ରୁପ୍ ହେଉଛି ଆଇ-ପ୍ୟାକ୍। ଜାନୁଆରୀ ୮ରେ ଇଡି ଆଇ-ପ୍ୟାକ୍ କାର୍ଯ୍ୟାଳୟ ଓ ଏହାର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନ ଉପରେ ଚଢଉ କରିଥିଲା। ଚଢଉ ସମୟରେ ଇଡି ଟିଏମସିର ନିର୍ବାଚନ ରଣନୀତି ସମ୍ପର୍କିତ ତଥ୍ୟକୁ ଏହି ସ୍ଥାନରୁ ଜବତ କରିନେଇଥିବା ଦଳ ଅଭିଯୋଗ କରିଥିଲା। ଦଳୀୟ ତଥ୍ୟର ସୁରକ୍ଷା ଓ ଏହାକୁ ଫେରିପାଇବା ଲାଗି ଟିଏମସି ହାଇକୋର୍ଟରେ ପିଟିସନ ଦାୟର କରିଥିଲା। ଆବେଦନ ଉପରେ ଜାନୁଆରୀ ୯ ତାରିଖରେ ପ୍ରଥମେ ଶୁଣାଣି କରାଯାଇଥିଲା। ମାତ୍ର ଉକ୍ତ ଦିନ କୋର୍ଟ ପରିସରରେ ଓକିଲଙ୍କ ଭିଡ ଓ ହୋହଲ୍ଲା ଯୋଗୁଁ ବିଚାରପତି ଶୁଭ୍ରା ଘୋଷ ଏହାର ଶୁଣାଣି କରିପାରି ନଥିଲେ। ବିଚାରପତି ଘୋଷ ବିରକ୍ତି ପ୍ରକାଶ କରି କୋର୍ଟ ଛାଡି ପଳାଇଥିଲେ। ଆଜି କଡା ସୁରକ୍ଷା ଓ କଟକଣା ମଧ୍ୟରେ ଏହା ଉପରେ ଶୁଣାଣି କରିଥିଲେ। ଇଡି ପକ୍ଷର ଜବାବ ଶୁଣିବା ପରେ ବିଚାରପତି କହିଥିଲେ ଯେ ଟିଏମସିର ପିଟିସନ ଉପରେ ଆଉ ଶୁଣାଣି କରିବାର ଆବଶ୍ୟକତା ନାହିଁ।

ଇଡି ଅଭିଯୋଗ କରିଛି ଯେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିର କାର୍ଯ୍ୟରେ ମମତା ହସ୍ତକ୍ଷେପ କରିଛନ୍ତି। ମମତାଙ୍କ ଏପରି କାର୍ଯ୍ୟ ବିରୋଧରେ ସିବିଆଇ ତଦନ୍ତ ନିର୍ଦେଶ ଦେବା ଲାଗି ଇଡି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦାବି କରିଛି। ଇଡିର ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଓ ବିଚାରପତି ବିପୁଲ ଏମ୍ ପାଞ୍ଚୋଲିଙ୍କ ପୀଠରେ ଏହା ଶୁଣାଣି ହେବ।

Powered by Froala Editor

Tags Tmc

Related articles Odisha News Lens 4.1

  • ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡ଼ିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡ଼ିଲେ ଟ୍ରମ୍ପ

    14351
    Jan 15, 2026
  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ
    ଦେଶ-ଦେଶାନ୍ତର

    ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ

    15017
    Jan 14, 2026
  • ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....
    ବିଶେଷ

    ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    14906
    Jan 16, 2026
  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ
    ଦେଶ-ଦେଶାନ୍ତର

    ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ

    15612
    Jan 14, 2026
  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ
    ଦେଶ-ଦେଶାନ୍ତର

    ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ

    14362
    Jan 14, 2026
  • ମାଞ୍ଜା ସୂତାରେ କଟିଗଲା ବେକ
    ଦେଶ-ଦେଶାନ୍ତର

    ମାଞ୍ଜା ସୂତାରେ କଟିଗଲା ବେକ

    15712
    Jan 14, 2026
  • ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ...
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ...

    14925
    Jan 15, 2026
  • ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ
    ଦେଶ-ଦେଶାନ୍ତର

    ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

    14499
    Jan 15, 2026
  • ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ନିର୍ବାଚନ ପାଇଁ ହେଉଛି ଭୋଟ ଗ୍ରହଣ
    ଦେଶ-ଦେଶାନ୍ତର

    ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ନିର୍ବାଚନ ପାଇଁ ହେଉଛି ଭୋଟ ଗ୍ରହଣ

    15236
    Jan 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ

    14362
    Jan 14, 2026
  • ଦେଶ-ଦେଶାନ୍ତର

    ମାଞ୍ଜା ସୂତାରେ କଟିଗଲା ବେକ

    15712
    Jan 14, 2026
  • ଦେଶ-ଦେଶାନ୍ତର

    ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡ଼ିଲେ ଟ୍ରମ୍ପ

    14351
    Jan 15, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17293
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17373
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17719
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16193
    Apr 03, 2021

ବିଶେଷ

  • ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    14906
    Jan 16, 2026
  • ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ସାବଧାନ!

    14073
    Jan 15, 2026
  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ

    13863
    Jan 14, 2026
  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    14058
    Jan 13, 2026
  • ପ୍ରତିଦିନ ଖାଆନ୍ତୁ ଗୋଟିଏ କଞ୍ଚାକଦଳୀ

    16039
    Jan 10, 2026

ବାଣିଜ୍ୟ

୧.୪୦ ଲକ୍ଷ ଟପିଲା ସୁନା

ପୁଣି ବଢିଛି ସୁନା ଓ ରୂପା ଦାମ୍‌ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।

ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍&zw ...

  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15462
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14428
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14531
    Dec 23, 2025
  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14239
    Dec 18, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ

    15612
    Jan 14, 2026
  • ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

    14499
    Jan 15, 2026
  • ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ

    14925
    Jan 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In