ଖାଲି ପଡ଼ିଥିବା ପଦବୀ ତଥ୍ୟ ଦେବାକୁ ଚିଠି
ଗୃହ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ଅଧିକାରୀ ତାହାର ତଥ୍ୟ ଦେଉ ନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ବି ଖାଲି ପଡ଼ିଥିବା ସରକାରୀ ପଦବୀର ତଥ୍ୟ ଦେଉ ନାହାଁନ୍ତି ସରକାରୀ ଅଧିକାରୀ। ଫାଙ୍କା ପଡ଼ିଥିବା ପୁଲିସ ଡିଜି, ଅଗ୍ନିଶମ ଡିଜି, ଜେଲ ଡିଜିଙ୍କ ସହ ହାଇକୋର୍ଟ ରେଜିଷ୍ଟର ଓ ଜୁଡିସିଆଲ ଏକାଡେମୀକୁ ଏନେଇ ଚିଠି କରାଯାଇଛି। ୧୫ ତାରିଖରେ ଥିବା ସଚିବସ୍ତରୀୟ ବୈଠକ ପୂର୍ବରୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟ ଅନୁସାରେ, ଅନେକ ଦିନ ଧରି ଗୃହ ବିଭାଗରେ ପଦବୀ ଖାଲି ଥିବା ସୂଚନା ମିଳୁଥିଲା । ପୁଲିସଠୁ ଆରମ୍ଭ କରି ଅଗ୍ନିଶମ ବିଭାଗ ଯାଏଁ ଅନେକ ପଦବୀ ଖାଲି ପଡିଛି । ଖାଲି ଥିବା ପଦବୀର ତଥ୍ୟ ଦେବାକୁ ବାରମ୍ବାର କୁହାଯାଉଛି । ବାବୁ ମାନଙ୍କୁ ମଧ୍ୟ ନୋଟିସ କରାଯାଇଛି । ତଥାପି ସ୍ପଷ୍ଟ ସୂଚନା ମିଳିନାହିଁ ।
Powered by Froala Editor