ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ୪ ଗୁରୁତର
ରାୟଗଡ଼ା: ରାୟଗଡ଼ା ୟେଦୁ ସାହିରେ ବାଣ ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଛନ୍ତି। ମକର ସଂକ୍ରାନ୍ତି ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଗତକାଲି ରାତିରେ ଭୋଗି ଉତ୍ସବ ପାଳନ ବେଳେ ନିଆଁରେ ବାଣ ପକାଇବାରୁ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏଥିରେ ବି.ବରନି, ଭି. ଯୋଗୀ, କିଶୋର ଦୋରା ଓ ବାବଲି ରେଡ୍ଡୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ମକର ସଂକ୍ରାନ୍ତି । ଏହାର ପୂର୍ବ ଦିନ ପାଳନ କରାଯାଏ ଭୋଗି। ବିଳମ୍ବିତ ରାତିରେ କାଠରେ ନିଆଁ ଲଗାଇ ଭୋଗି ପାଳନ କରାଯାଏ।
ଗତକାଲି ରାତିରେ ଭୋଗି ପାଳନ ବେଳେ ସାହିର ଯୁବକ ଯୁବତୀମାନେ ମିଳିତଭାବେ ବାଣ ଫୁଟାଇ ଥିଲେ। ଅସାବଧାନତା ଯୋଗୁଁ ବାଣ ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
Powered by Froala Editor