କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଆକଟା ଥାନା ଶଙ୍ଖାମାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜେଇ ଭର୍ତ୍ତି କାର୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଏଥିରେ ବାଇକ୍ ଆରୋହୀଙ୍କର ଗୋଡ ଛିଡି ଅଲଗା ହୋଇଯାଇଛି। ପୁଲିସ୍ କୁ ଦେଖି ଚମ୍ପଟ ମାରିବାବେଳେ କାର୍ ଟି ବାଇକ୍କୁ ଧକ୍କା ଦେଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ବାଇକ୍ ଆରୋହୀଙ୍କର ପରିଚୟ ମିଳିପାରିନାହିଁ। ଗୁରୁତର ବାଇକ୍ ଆରୋହୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
Powered by Froala Editor