ହାଡଭଙ୍ଗା ଶୀତ ଜାରି: ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର
ଭୁବନେଶ୍ୱର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ଆଜି ସକାଳ ୫ଟା ୩୦ରେ ୮.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲିଟିଛି।
କେନ୍ଦୁଝରରେ ୧୦.୨, ଭୁବନେଶ୍ବରରେ ୧୩.୨, ବାଲେଶ୍ବରରେ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ କିଛି ଜିଲାରେ ଶୀତ ଲାଗି ରହିବ।
୧୮ ବେଳକୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇପାରେ। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, ଅନୁଗୋଳ, ଝାରସୁଗୁଡ଼ା ଏବଂ ଖୋର୍ଦ୍ଧା ଜିଲାକୁ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି ହୋଇଛି।
Powered by Froala Editor