ଡିଭାଇଡରେ ପିଟି ହୋଇ ଆଇଆଇଟି ଛାତ୍ର ମୃତ
ଖୋର୍ଦ୍ଧା: ଭୁବନେଶ୍ୱର ଆଇଆଇଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ସକାଳେ ଏକ ସ୍କୁଟି ଡିଭାଇଡରେ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଆଇଆଇଟିର ପିଏଚଡି ଛାତ୍ର ଶଙ୍ଖ ଶୁଭ୍ର ଚକ୍ରବର୍ତ୍ତୀ । ସାଙ୍ଗରେ ଥିବା ଶକ୍ତି ଶ୍ରୀବାସ୍ତବ ଗୁରୁତର ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଜଟଣୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor