ଏମ୍ସରେ ପୂର୍ବତନ ଉପରାଷ୍ଟ୍ରପତି
ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଇଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୂଚନା ଅନୁସାରେ ଶ୍ରୀ ଧନଖଡ଼ ଅସୁସ୍ଥତା କାରଣରୁ ୨ଥର ଚେତା ହରାଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି ।
ରିପୋର୍ଟ ଅନୁଯାୟୀ, ସେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଥର ବେହୋସ ହୋଇଯାଇଥିଲେ। ଏହା ପରେ, ଡାକ୍ତର ମାନେ ତାଙ୍କୁ ସତର୍କତାମୂଳକ ପଦକ୍ଷେପ ନେବା ଏବଂ MRI କରାଇବାକୁ ପରାମର୍ଶ ଦେଇଛନ୍ତି।
ସୂଚନା ମୁତାବକ ଦୁଇଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୧୦ ତାରିଖରେ ଧନଖର ବାଥରୁମ୍ ବ୍ୟବହାର କରିବା ସମୟରେ ଦୁଇଥର ବେହୋସ ହୋଇଯାଇଥିଲେ। ସୋମବାର ସେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ AIIMSରେ ପହଞ୍ଚିଥିଲେ, କିନ୍ତୁ ତାଙ୍କର ବର୍ତ୍ତମାନର ଅବସ୍ଥାକୁ ଦୃଷ୍ଟିରେ ରଖି, ଡାକ୍ତର ମାନେ ତାଙ୍କୁ ତୁରନ୍ତ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ।
Powered by Froala Editor