ଡ୍ୟୁଟି କରୁଥିଲେ, ଚାଲିଗଲା ହୋମ୍ଗାର୍ଡଙ୍କ ଜୀବନ
ବାଲେଶ୍ବର: ବାଲେଶ୍ଵର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଡ୍ୟୁଟି କରୁଥିବାବେଳେ ବେଳେ ଜଣେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣକ କେନ୍ଦୁଝର ନନ୍ଦିପଦାର ଅଲେଖ ଜେନା ବୋଲି ଜଣାପଡିଛି। ବାଲେଶ୍ଵର ଡିଆର୍ଡିଓ ଆଇଟିଆରରେ କାର୍ଯ୍ୟରତ ଥିଲେ। ଡ୍ୟୁଟି କରୁଥିବାବେଳେ ହଠାତ୍ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor