ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୧୪ ମୃତ
ନୂଆଦିଲ୍ଲୀ: ହିମାଚଳପ୍ରଦେଶର ସିରମୌର ଜିଲ୍ଲାରେ ନିୟନ୍ତ୍ରଣ ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ।
ସୂଚନା ମୁତାବକ, ଯାତ୍ରୀବାହୀ ବସ୍ ଟି ଶିମ୍ଲାରୁ କୁପ୍ଭି ଯାଉଥିଲା । ସେଥିରେ ୩୫-୪୦ ଜଣ ଯାତ୍ରୀ ଥିଲେ । ତେବେ ସିରମୌର ଜିଲ୍ଲାର ହରିପୁରଧାର ଅଞ୍ଚଳରେ ଏକ ଅଣଓସାରିଆ ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ସେଥିଯୋଗୁ ବସ୍ ଟି ରାସ୍ତା କଡ଼ରେ ଥିବା ୫୦୦ ଫୁଟ ଗଭୀର ଖାତକୁ ଖସି ପଡି଼ଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିରମୌର ବସ୍ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେବାପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
Powered by Froala Editor