ଛୋଟ ବିମାନ ଦୁର୍ଘଟଣା ଗ୍ରସ୍ତ, ୬ଆହତ
ରାଉରକେଲା: ରାଉରକେଲା ରଘୁନାଥପାଲିରେ ଛୋଟ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ବିମାନ ଦୁର୍ଘଟଣା ହେବାରୁ ୬ଜଣ ଆହତ ହୋଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହି ବିମାନ । ୯ ସିଟ ବିଶିଷ୍ଟ ବିମାନଟି ୧୦କିମି ଉଡାଣ ପରେ ଦୁର୍ଘଟଣା ହୋଇଥିବା ମନ୍ତ୍ରୀ କହିଛନ୍ତି । ଆହତ ହୋଇଥିବା ସମସ୍ତ ୬ଜଣ ଏବେ ସୁରକ୍ଷିତ ଅଛନ୍ତି ।
Powered by Froala Editor