ସମ୍ୱଲପୁର ବ୍ରହ୍ମ ପଣ୍ଡିତ ମହାସଭା ତରଫରୁ ଧନୁଯାତ୍ରା ଶୁଭ ସ୍ତମ୍ଭ ସ୍ଥାପନ
ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମଣ୍ଡପ ଠାରେ ସମ୍ୱଲପୁରୀ ଧନୁଯାତ୍ରା କମିଟି ତରଫରୁ ତୃତୀୟ ବର୍ଷ ଧନୁଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତିରେ ସମ୍ୱଲପୁର ବ୍ରହ୍ମ ପଣ୍ଡିତ ମହାସଭା ତରଫରୁ ମଞ୍ଚପୂଜା ଓ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ସଞ୍ଜୟ ବାବୁ ଓ କଂସ ଅଭିନେତା ଫଣୀନ୍ଦ୍ର ପଣ୍ଡା କର୍ତା ଦାୟ୍ୱିତ୍ୱ ତୁଲାଇଥିଲେ ତଥା କାର୍ଯ୍ୟକାରୀ ସଭପତି କମଲ ଲୋଚନ ପଣ୍ଡା, ସମ୍ପାଦକ ଗୁଣ ରଞ୍ଜନ ସାଲିମା, ନିର୍ଦ୍ଦେଶକ ବବଲୁ ବାଗ ଓ ପ୍ରଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିବା ବେଳେ ପୂଜା କାର୍ଯ୍ୟ ତୁଲାଇଥିଲେ ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର, ପଣ୍ଡିତ ଅମର ନାଥ ମିଶ୍ର, ପଣ୍ଡିତ କାଲିଦାସ ପଣ୍ଡା, ପଣ୍ଡିତ କାଂହୁ ଚରଣ ଷଡ଼ଙ୍ଗୀ, ପଣ୍ଡିତ ଦୀପକ କୁମାର ପାଣିଗ୍ରାହୀ, ପଣ୍ଡିତ ହରେଶ ମିଶ୍ର ଓ ପଣ୍ଡିତ ପୂର୍ଣଚନ୍ଦ୍ର ପଣ୍ଡା ।
Powered by Froala Editor