ପୁଣି ଜେଲ୍ରୁ ବାହାରିବେ ରାମ ରହିମ
ଦୁଇ ସାଧ୍ୱୀଙ୍କୁ ଦୁଷ୍କର୍ମ ଏବଂ ଜଣେ ସାମ୍ବାଦିକଙ୍କ ହତ୍ୟା ମାମଲାରେ ସଜା କାଟୁଥିବା ମୁଖ୍ୟ ଅଭିଯୁକ୍ତ ଗୁରମିତ ରାମ ରହିମ। ଏବେ ତାଙ୍କୁ ୪୦ ଦିନ ପାଇଁ ପାରୋଲ ମଞ୍ଜୁର କରି ଦିଆଯାଇଛି। ରାମ ରହିମ ବର୍ତ୍ତମାନ ରୋହତକର ସୁନାରିଆ ଜିଲ୍ଲା ଜେଲରେ ବନ୍ଦୀ ଅଛନ୍ତି। ପାରୋଲ ଅବଧି ମଧ୍ୟରେ ସେ ହରିୟାଣାର ସିରସା ସ୍ଥିତ ଡେରା ସଚ୍ଚା ସୌଦାରେ ରହିବେ।
ରିପୋର୍ଟ ଅନୁଯାୟୀ, ଗୁରମିତ ରାମ ରହିମ ଖୁବ୍ଶୀଘ୍ର ସୁନାରିଆ ଜେଲରୁ ମୁକ୍ତ ହେବେ। ଦୁଇଜଣ ସାଧ୍ୱୀଙ୍କ ବଳାତ୍କାର ଏବଂ ସାମ୍ବାଦିକ ଛତ୍ରପତିଙ୍କ ହତ୍ୟା ପାଇଁ ସଜା କାଟୁଥିବା ରାମ ରହିମଙ୍କୁ ଏହି ଆଶ୍ୱସ୍ତି ଦିଆଯାଇଛି।
ରାମ ରହିମଙ୍କୁ ପୂର୍ବରୁ ଅନେକ ଥର ପାରୋଲ ଏବଂ ଫର୍ଲୋ ପ୍ରଦାନ କରାଯାଇଛି। ଶେଷଥର ପାଇଁ ତାଙ୍କୁ ୪୦ ଦିନର ପାରୋଲ ଦିଆଯାଇଥିଲା ସେପ୍ଟେମ୍ବର ୧୫ ତାରିଖରେ। ଏହି ୪୦ ଦିନର ପାରୋଲ ରାମ ରହିମଙ୍କ ଜେଲରୁ ୧୫ ତମ ମୁକ୍ତି ହେବ। ପୂର୍ବରୁ ଯେତେବେଳେ ତାଙ୍କୁ ୨୧ ଦିନ ଏବଂ ୪୦ ଦିନ ପାଇଁ ପାରୋଲ ଦିଆଯାଇଥିଲା, ସେ ସିରସାର ଡେରାରେ ରହିଥିଲେ। ଏଥର ପ୍ରଶାସନ ସ୍ପଷ୍ଟ କରିଛି ଯେ, ପାରୋଲ ଅବଧି ମଧ୍ୟରେ ତାଙ୍କର ବାସସ୍ଥାନ ସିରସା ଡେରାରେ ରହିବ।
ଗୁରମିତ ରାମ ରହିମ ୨୦୧୭ ମସିହାରୁ ରୋହତକର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି। ତାଙ୍କୁ ଦୁଇ ସାଧ୍ୱୀଙ୍କ ସହ ଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ଏବଂ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ।
Powered by Froala Editor