ଟାରିଫ୍ ବୃଦ୍ଧି ନେଇ ଇସାରା ଦେଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଏହା
ନୂଆଦିଲ୍ଲୀ: ଭାରତ ଉପରେ ବଢିବ କି ଟାରିଫ୍ ? ପ୍ରଥମ ୨୫ ପ୍ରତିଶତ ଲଗାଇଲେ । ମନ ବୁଝିଲାନି ଆହୁରି ୨୫% ବଢାଇ ମୋଟ୍ ଶୁଳ୍କକୁ ୫୦ ପ୍ରତିଶତ କଲେ । ଏ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆସିଲା । ଯାହା ଫଳରେ ବାଣିଜ୍ୟ ଚୁକ୍ତି ବି ଅଟକି ରହିଛି । ଏବେ ପୁଣି ଭାରତକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରୁଷଠାରୁ ତେଲ କଣିବାକୁ ନେଇ ନାଲିଆଖି ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି । ଯଦି ଭାରତ ରୁଷ୍ ତେଲ ଆମଦାନୀ ଉପରେ ତାଙ୍କୁ ସହଯୋଗ ନକରେ ତେବେ ଭାରତୀୟ ଆମଦାନୀ ଶୁଳ୍କ ବଢିପାରେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ସହିତ ସେ ଟାରିଫ୍ ବୃଦ୍ଧି ନେଇ ଇସାରା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଚେତାବନୀ ଦେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, '' ଭାରତ ରୁଷଠାରୁ ତେଲ କ୍ରୟ କରୁଛି । ଏହା ତାଙ୍କୁ ଖୁସି କରୁନି । ଯଦି ଋଷ ତୈଳ ପ୍ରସଙ୍ଗରେ ଭାରତ ସହଯୋଗ କରିବନି ତାହାଲେ କିଛି ଭଲ ହେବନାହିଁ । ଆମେରିକା ବର୍ତ୍ତମାନର ଟାରିଫକୁ ଆହୁରି ବଢାଇପାରେ । ଭାରତ ତାଙ୍କୁ ଖୁସି କରିବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ଭଲ ଲୋକ । ସେ ଜଣେ ଭଲ ବ୍ୟକ୍ତି । ସେ ଜାଣିଥିଲେ ମୁଁ ଖୁସି ନୁହେଁ । କାରଣ ମତେ ଖୁସି କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଆମେ ସେମାନଙ୍କ ଉପରେ ବହୁତ ଶୀଘ୍ର ଟାରିଫ୍ ବଢାଇବୁ । ସେମାନେ ବାଣିଜ୍ୟ କରନ୍ତୁ ମୁଁ ସେମାନଙ୍କ ଉପରେ ଶୁଳ୍କ ଲଗାଇବି ।''
ଏଜେନ୍ସିଂ ଅନୁଯାୟୀ ସମ୍ବୋଧନରେ ଭାରତ ଏବଂ ରୁଷ ମଧ୍ୟରେ ଚାଲିଥିବା ତୈଳ କାରବାରକୁ ନେଇ ଏପରି କହିଛନ୍ତି ଟ୍ରମ୍ପ । ଯାହାକୁ ଟ୍ରମ୍ପ ପ୍ରଶାସନ ଦୀର୍ଘ ଦିନ ହେବ ବିରୋଧ କରୁଛି । ୨୦୨୫ ଅଗଷ୍ଟ ମାସରେ ୟୁଏସ ଭାରତ ଉପରେ ଦୁଇଗୁଣା ଟାରିଫ୍ ଲଗାଇଥିଲା ।
Powered by Froala Editor