ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବେ ଡେଲସି ରୋଡ୍ରିଗେଜ ନିଯୁକ୍ତ
ନୂଆଦିଲ୍ଲୀ; ଭେନେଜୁଏଲାରେ ଏବେ ପରିସ୍ଥିତି ସାଂଘାତିକ । ଆମେରିକାର ଏୟାରଷ୍ଟ୍ରାଇକ ପରେ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି ଭେନେଜୁଏଲା ।ଅନିଶ୍ଚିତତାରେ ରହିଛି ଦେଶର ଭବିଷ୍ୟତ । ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ବନ୍ଦି କରିଛି ଆମେରିକା ସେନା । ଏବେ ଡିଟେନସ ସେଣ୍ଟର ମାଦୁରୋଙ୍କ ନୂଆ ଠିକଣା ହୋଇଛି । ବର୍ତ୍ତମାନ ଦେଶରେ ଉପରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି । ସୁପ୍ରିମକୋର୍ଟ ରାୟ ଜାରି କରି ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ କାର୍ୟ୍ୟକାରୀ ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତରୀଣ ରାଷ୍ଟ୍ରପତି ଭାବେ ଡେଲସି ରୋଡ୍ରିଗେଜଙ୍କୁ ନିଯୁକ୍ତି ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ରୋଡ୍ରିଗେଜ ଦେଶରେ ରାଷ୍ଟ୍ରପତି କ୍ଷମତା ଗ୍ରହଣ କରିଛନ୍ତି । କୋର୍ଟ ତାଙ୍କୁ ସମସ୍ତ ରାଷ୍ଟ୍ରପତି କ୍ଷମତା ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor