ଭେନେଜୁଏଲାରେ ରାଷ୍ଟ୍ରପତି ଅଟକ : ଟ୍ରମ୍ପ
ଭେନେଜୁଏଲା ଏବଂ ଆମେରିକା ମଧ୍ୟରେ ଥିବା ତିକ୍ତତା ଏବେ ବିରାଟ ରୁପ ନେଇଛି । କିଛିଦିନ ମଧ୍ୟରେ ଦକ୍ଷିଣ ଆମେରିକାର ଭେନେଜୁଏଲାର ରାଜଧାନୀ କାରାକାସ ଭୟଙ୍କର ବିସ୍ଫୋରଣରେ କମ୍ପି ଉଠିଛି । ସ୍ଥାନୀୟ ଗଣମାଧ୍ୟମ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ରଣନୈତିକ ଅଞ୍ଚଳ ନିକଟରେ ସନ୍ଦେହଜନକ ବିମାନ ଆକ୍ରମଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ କହିଛନ୍ତି ଯେ, ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଅଟକ ରଖିଛି । ନିକୋଲାସଙ୍କ ବିରୁଦ୍ଧରେ ଏକ ବଡ଼ ଧରଣର ଆକ୍ରମଣ ସଫଳତାର ସହିତ ଆରମ୍ଭ ହୋଇଛି । ମାଦୁରୋ ତାଙ୍କ ପତ୍ନୀଙ୍କ ସହିତ ଦେଶ ଛାଡି ପଳାୟନ କରୁଥିବା ବେଳେ ଅଟକ ରଖାଯାଇଛି।
ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ଭେନେଜୁଏଲା ଏବଂ ଏହାର ନେତୃତ୍ୱ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ସଫଳତାର ସହ ସମାପ୍ତ କରିଛି । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଗୁରୁବାର କହିଛନ୍ତି ଯେ ସେ ଆମେରିକା ସହିତ ନିଶା କାରବାର ଏବଂ ତୈଳ ପ୍ରସଙ୍ଗରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ କଥାବାର୍ତ୍ତା କରିବାକୁ ଇଚ୍ଛୁକ।
ଗତ ତିନି ମାସ ଧରି, ଆମେରିକୀୟ ସେନା କାରିବିଆନ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ନିଶା କାରବାର ସନ୍ଦେହଜନକ ଜାହାଜଗୁଡ଼ିକୁ ଟାର୍ଗେଟ କରିଆସୁଛି। ଟ୍ରମ୍ପ ପ୍ରଶାସନର ତଥାକଥିତ ନିଶା ବିରୋଧରେ ଯୁଦ୍ଧର ଅଂଶ ଭାବରେ ଏପର୍ଯ୍ୟନ୍ତ ୩୦ ରୁ ଅଧିକ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଏ ଯାଏଁ ୧୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ରହିଚି ।
Powered by Froala Editor