ପୁଅ ନିର୍ବନ୍ଧ ଫଟୋ ପୋଷ୍ଟ କଲେ ରବର୍ଟ ଭଦ୍ରା
କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ତାଙ୍କର ଅଭିଭା ବେଗଙ୍କ ସହିତ ନିର୍ବନ୍ଧ କରିଛନ୍ତି। ଦୁହେଁ ନିର୍ବନ୍ଧର ଫଟୋ ସେୟାର କରିଛନ୍ତି। ଏଥିରେ କେବଳ ନିକଟତମ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ। ଏବେ ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ନିଜର ସୋସିଆଲ ମିଡ଼ିଆରେ ରେହାନଙ୍କ ନିର୍ବନ୍ଧ ଫଟୋ ପୋଷ୍ଟ କରିଛନ୍ତି । ଅବିବାଙ୍କ ସହ ରେହାନଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ରବର୍ଟ ଲେଖିଛନ୍ତି କି, ପୁଅକୁ ତାଙ୍କ ଜୀବନସାଥୀ ମିଳିଗଲା । ପୁଅ ଏବେ ଜୀବନର ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି । ସେମାନଙ୍କ ଦୃଢ଼ ପ୍ରେମ ଏବଂ ବିଶ୍ବାସକୁ ମୁଁ ହୃଦୟରୁ ଆଶୀର୍ବାଦ କରୁଛି । ଉଭୟ ଆଗକୁ ବଢ଼ନ୍ତୁ ।
ଗତ ୨୯ ତାରିଖରେ ରେହାନ ଏବଂ ଅବିବାଙ୍କ ନିର୍ବନ୍ଧ ରାଜସ୍ଥାନରେ ହୋଇଛି । ରେହାନ ନିଜର ଇନଷ୍ଟାଗ୍ରାମରେ ନିର୍ବନ୍ଧର ଫଟୋ ପୋଷ୍ଟ କରିଛନ୍ତି। ମୁଦି ସହ ଜୀବନସାଥୀଙ୍କ ଫଟୋକୁ ସେ ପୋଷ୍ଟ କରିଛନ୍ତି । ସେମାନଙ୍କ ସମ୍ପର୍କକୁ ଉଭୟ ପରିବାର ପକ୍ଷରୁ ସହମତି ମିଳିଥିବା ଜଣା ପଡ଼ିଛି । ସେପଟେ ପ୍ରିୟଙ୍କା ଗାନ୍ଧି ମଧ୍ୟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ମାଧ୍ୟମରେ ସେମାନଙ୍କୁ ଆଶୀର୍ବାଦ କରିଛନ୍ତି ।
ନିର୍ବନ୍ଧ ରଣଥମ୍ବୋରରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଭାବରେ ଅନୁଷ୍ଠିତ ହୋଇଥିଲା। ସେୟାର କରାଯାଇଥିବା ପ୍ରଥମ ଫଟୋରେ ରେହାନ ଏବଂ ଅଭିଭା ସନ୍ଧ୍ୟାର ଉତ୍ସବ ସମୟରେ ଏକାଠି ଠିଆ ହୋଇଥିବା ଦେଖାଯାଇଛି। ଉଭୟ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିଛନ୍ତି। ରେହାନ ଏକ ଗାଢ଼ ଶେରୱାନି ପିନ୍ଧିଛନ୍ତି, ଯେତେବେଳେ ଅଭିଭା ଏକ ଏମ୍ବ୍ରୋଡେରୀ ଶାଢ଼ିରେ ଦେଖାଯାଉଛି।
Powered by Froala Editor