ସୁଇଜରଲ୍ୟାଣ୍ଡର ବାରରେ ବିସ୍ଫୋରଣ
ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ-ମୋଣ୍ଟାନା ସହରରେ ନୂତନ ବର୍ଷ ପାଳନ ସମୟରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ସୁଇଜରଲ୍ୟାଣ୍ଡର କ୍ରାନ୍ସ-ମୋଣ୍ଟାନାସ୍ଥିତ ଲି କନଷ୍ଟେଲେସନ ବାରରେ ଘଟିଛି ବିସ୍ଫୋରଣ। ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁଇସ ଆଲ୍ପସ ଅଞ୍ଚଳରେ ଥିବା କ୍ରାନ୍ସ ମୋଣ୍ଟାନରେ ଘଟିଛି ଅଘଟଣ।
ଏହି ବାର୍ଟି ସହରର ଲୋକପ୍ରିୟ ସ୍କି ରିସର୍ଟରେ ଅବସ୍ଥିତ, ଯେଉଁଠାରେ ନୂତନ ବର୍ଷ ପାଳନ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଦକ୍ଷିଣ-ପଶ୍ଚିମ ସ୍ୱିଜରଲ୍ୟାଣ୍ଡର ଭାଲାଇସ୍ କାଣ୍ଟନ୍ର ପୁଲିସ ମୁଖପାତ୍ର ଗାଏଟାନ୍ ଲାଥିସ୍ ବିସ୍ଫୋରଣର ସତ୍ୟତା ପ୍ରମାଣ କରିଛନ୍ତି, କିନ୍ତୁ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ପୁଲିସ ଅନୁଯାୟୀ, ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରିସର୍ଟକୁ ଖାଲି କରାଯାଇଛି। ମୃତଦେହ ଉଦ୍ଧାର ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ବିସ୍ଫୋରଣର କାରଣ କଣ ତାହାର ତଦନ୍ତ ଜାରି ରହିଛି । ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ।
Powered by Froala Editor