ବଞ୍ଚୋ ପଞ୍ଚାୟତ ପିଇଓ ଗିରଫ
ଭୁବନେଶ୍ୱର: ବନ୍ଧା ହେଲେ ବଞ୍ଚୋ ପିଇଓ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବଞ୍ଚୋ ପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ମଙ୍ଗଳବାର ଜିତେନ୍ଦ୍ରଙ୍କ ୭ଟି ଠିକଣା ଚଢ଼ାଉ କରିଥିଲେ ଭିଜିଲାନ୍ସ ଟିମ୍ । ତାଙ୍କ ନାଁରେ ୬ଟି ପ୍ଲଟ୍ ,୨ଟି କୋଠା, ଗୋଟିଏ କାର୍ ରହିଛି । ୩୪ଲକ୍ଷ ଟଙ୍କା ବ୍ୟାଙ୍କ ବାଲାନ୍ସ ଠାବ କରିଥିଲା ଭିଜିଲାନ୍ସ ଟିମ୍ ।
ଗତକାଲି ବଞ୍ଚୋରେ ଥିବା ପଞ୍ଚାୟତ ଅଫିସ୍, ବସନ୍ତିଆ ବଜାରରେ ଥିବା ମାର୍କେଟ୍ କମ୍ପେ୍ଲକ୍ସ୍, ପୈତୃକ ଘର ପଢ଼ିଆରିପଲ୍ଳି ସହ ମୋଟ୍ ୬ଟି ଜାଗାରେ ଚଢ଼ଉ ହୋଇଥିଲା । ୩ କୋଟିରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । କିଛି ମାସ ହେବ ଜିତେନ୍ଦ୍ରଙ୍କ ବିରୋଧରେ ଶହ ଶହ ପିଟିସନ୍ ଭିଜିଲାନ୍ସ ଅଫିସ୍କୁ ଆସୁଥିଲା । ସବୁ ପିଟିସନ୍ରେ ଉଲ୍ଲେଖ ରହୁଥିଲା, ଜିତେନ୍ଦ୍ର କୋଟି କୋଟି ଟଙ୍କାର ସମ୍ପତ୍ତି ବେଆଇନ୍ ଭାବେ ଠୁଳ କରିଛନ୍ତି । ଉକ୍ତ ପିଟିସନ୍ର ସତ୍ୟତା ନେଇ ଭିଜିଲାନ୍ସ ଆରମ୍ଭ କରିଥିଲା ତନାଘନା । ଏହାପରେ ବାବୁ ଜିତେନ୍ଦ୍ରଙ୍କ କଳା ସମ୍ପତ୍ତିର ତାଲିକା ଖୋଲିଥିଲା । କୋର୍ଟରୁ ଅନୁମତି ପରେ ଭିଜିଲାନ୍ସ ଜିତେନ୍ଦ୍ରଙ୍କ ଘରେ ଚଢ଼ଉ କରିଥିଲା ।
Powered by Froala Editor