ବେକରେ ଗୁଡାଇଗଲା ମାଞ୍ଜା ସୂତା, ୨ ଗୁରୁତର
କଟକ: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ସେମାନଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ୟ୍ୟ(୩୦) ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ୟ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପିଉସୀଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ପୁତୁରାଙ୍କ ରକ୍ତସ୍ରାବ ନ କମିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor