ଗାନ୍ଧି ପରିବାରରେ ବାଜିବ ଶାହାନାଇ
ଗାନ୍ଧି ପରିବାରରେ ବିବାହ ଶାହାନାଇ ବାଜିବାକୁ ଯାଉଛି । କଂଗ୍ରେସ ମହାସଚିବ ତଥା କେରଳ ଓ୍ବାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ରୋବର୍ଟ ଭଦ୍ରାଙ୍କ ପୁଅ ରେହାନ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରେହାନ ତାଙ୍କ ପ୍ରେମିକା ଅଭିବା ବେଗଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ରେହାନଙ୍କ ନିର୍ବନ୍ଧ ହୋଇଯାଇଛି । ଆଉ ଏହି କାର୍ଯ୍ୟକ୍ରମ ଦୁଇ ପରିବାରର ଲୋକଙ୍କ ସହ କିଛି ଅତି ନିକଟତର ଲୋକ ଉପସ୍ଥିତ ଥିଲେ ।
ରେହାନ ଏବଂ ଅଭିବା ଗତ ୭ ବର୍ଷ ହେଲା ରିଲେଶନସିପରେ ଥିଲେ । ନିକଟରେ ରେହାନ ଅଭିବାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ବିବାହ ପାଇଁ ଉଭୟଙ୍କ ପରିବାର ସହମତି ଦେଇ ସାରିଛନ୍ତି । ଦୁଇ ପରିବାରର ସହମତି ପରେ ନିର୍ବନ୍ଧ ହୋଇଯାଇଛି ।
ସୂଚନା ଅନୁସାରେ ଅଭିବାଙ୍କ ପରିବାର ଦିଲ୍ଲୀରେ ରୁହନ୍ତି । ୨୪ ବର୍ଷିୟ ରେହାନ ଜଣେ ଇଷ୍ଟଲେସନ ଓ ଭିଜୁଆଲ ଆର୍ଟିଷ୍ଟ । ଜଡାର୍କ ପର୍ସେପଶନ ନାମକ ଏକ ସୋଲୋ ପଦର୍ଶନୀ କରି ସାରିଛନ୍ତି । ଏହାସହ ସେ ନେଚର ଫଟୋଗ୍ରାଫି ଓ ଟ୍ରାଭଲିଂରେ ମଧ୍ୟ ରୁଚି ରଖନ୍ତି । କଳା ଓ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ରହୁଥିବା ରେହନ ରାଜନୀତି ଓ ଲାଇମଲାଇଟରୁ ସବୁ ବେଳେ ଦୂରରେ ରହିବାକୁ ଭଲ ପାଇଥାନ୍ତି ।
Powered by Froala Editor