ନୂଆବର୍ଷରେ ରାତି ୧୨ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯିବାକୁ ବିରୋଧ କରି ଗଜପତି ମହାରାଜାଙ୍କୁ ଚିଠି
ପୁରୀ: ଇଂରାଜୀ ନୂଆବର୍ଷରେ ରାତି ୧୨ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯିବାକୁ ବିରୋଧ କରି ଗଜପତି ମହାରାଜାଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ।
ଶ୍ରୀ ସାହୁ ଚିଠିରେ ଉଲ୍ଲେଖ କରିଛନ୍ତି, ରାତି ୧୨ଟାରେ ପାଶ୍ଚାତ୍ୟ ସଂସ୍କୃତି ଅନୁସାରେ ନୂତନ ଦିନର ଆରମ୍ଭ ହୋଇଥାଏ । ହେଲେ ସନାତନ ସଂସ୍କୃତିରେ ସୂର୍ୟ୍ୟୋଦୟ ସହ ନୂତନ ଦିନର ଆରମ୍ଭ ହୁଏ । ଏଣୁ ସନାତନ ସଂସ୍କୃତି ଓ ପରମ୍ପରା ଅନୁସାରେ ସୂର୍ୟ୍ୟୋଦୟରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯିବା ଜରୁରି । ଆମ ସୁବିଧା ପାଇଁ ନୀତି ଓ ପରମ୍ପରାରେ ବ୍ୟତିକ୍ରମ କରି ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖି ରାତି ୧୨ଟାରୁ ଦ୍ୱାର ଖୋଲି ଦର୍ଶନ କରିବା ବ୍ୟବସ୍ଥାବଳୀକୁ ବିରୋଧାଚରଣ କରୁଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ ଜଣାଇଛନ୍ତି, ପହିଲି ଭୋଗ ନୀତି ପାଇଁ ସେମିତିରେ ଶ୍ରୀମନ୍ଦିର ଦ୍ୱାର ଶୀଘ୍ର ଖୋଲୁଛି । ଏଣୁ ମହାପ୍ରଭୁଙ୍କୁ ବିଶ୍ରାମ ନେବାକୁ ସମୟ ଦେବା ନିହାତି ଜରୁରି । ନିୟମିତ ଯେଉଁଭଳି ଭକ୍ତ ଦର୍ଶନ କରିବାକୁ ଆସନ୍ତି ସେହିଭଳି ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।
Powered by Froala Editor