୬୦ ବର୍ଷରେ ପାଦ ଥାପିଲେ ଭାଇଜାନ
୬୦ ବର୍ଷରେ ପାଦ ଥାପିଛନ୍ତି ବ୍ୟାଚଲର୍ ଷ୍ଟାର ସଲମାନ୍ । ସଲମାନ୍ ଙ୍କ ଗୋଟିଏ ଝଲକ ପାଇଁ ମୁମ୍ବାଇ ବାନ୍ଦ୍ରା ଘର ଆଗରେ ପ୍ରଶଂସକଙ୍କର ପ୍ରବଳ ଭିଡ ଜମିଛି। ମୁମ୍ବାଇରେ ନୁହେଁ ବରଂ ତାଙ୍କ ପାନଭେଲ ଫାର୍ମହାଉସରେ ୬୦ତମ ଜନ୍ମଦିନ ପାଳନ କରିଛନ୍ତି ଭାଇଜାନ୍ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ପାର୍ଟିରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଛନ୍ତି । ଅନେକ ସେଲିବ୍ରିଟିମାନେ ମଧ୍ୟ ଭାଇଜାନଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।
ଜନ୍ମଦିନ ପାର୍ଟିରେ ବହୁ କଳାକାର, ସିଙ୍ଗର ଯୋଗ ଦେଇଛନ୍ତି । ପାର୍ଟିରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀ ମଧ୍ୟ ନଜର ଆସିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଭାଇଜାନ୍ଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଛନ୍ତି।
୧୯୬୫ ମସିହା ଡିସେମ୍ବର ୨୭ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସଲମାନ ଖାନ୍ । ୧୯୮୮ରେ ଅଭିନୟ ଜଗତରେ ଏଣ୍ଟ୍ରୀ କରିଥିଲେ ସଲମାନ ଖାନ୍ । 'ବିୱି ହୋ ତୋ ଏସି'ରେ ସପୋର୍ଟିଂ ରୋଲ୍ କରିଥିଲେ ସଲମାନ । ଗଲା ୪ ଦଶନ୍ଧି ଧରି ସେ ଭାରତୀୟ ସିନେମାରେ ରାଜ୍ କରିଆସୁଛନ୍ତି। ବାପା ସଲିମ୍ ଖାନ୍ ଜଣେ ବଡ ଲେଖକ । ୯୦ ଦଶକର ସବୁଠୁ ବଡ ଡେବ୍ୟୁ ହିଟ୍ ମୈନେ ପ୍ୟାର୍ କିୟା ଭାବେ ମିଳିଥିଲା ବଲିଉଡ୍ ଜଗତକୁ ନୂଆ ହିରୋ। ସେବେଠୁ ଆଉ ପଛକୁ ବୁଲି ଦେଖିନାହାନ୍ତି ସଲମାନ୍। ହମ୍ ଆପକେ ହୈ କୌନ୍, କରନ୍ ଅର୍ଜୁନ୍ , ଜୁଡଓ୍ବା, ହମ୍ ସାଥ୍ ସାଥ୍ ହୈ ଭଳି ଏକାଧିକ ସିନେମାରେ ଲାଜବାବ୍ ଅଭିନୟ ତାଙ୍କୁ ପରିଚିତ କରାଇଥିଲା।
Powered by Froala Editor