ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡିବ ଟ୍ରେନ ଯାତ୍ରା
ନୂଆଦିଲ୍ଲୀ: ଆପଣ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି କି, ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡିବ । ରେଳ ମନ୍ତ୍ରଣାଳୟ ଟିକେଟ ମୂଲ୍ୟ ବୃଦ୍ଧି କରିବାକୁ ଏକ ବିବୃତ୍ତି ଜାରି କରିଛି । ବିବୃତ୍ତି ଅନୁଯାୟୀ ଆଜିଠାରୁ ଟ୍ରେନ ଭଡା ବୃଦ୍ଧି କରାଯାଇଛି ।
ଭାରତୀୟ ରେଳବାଇ ପ୍ରତି କିଲୋମିଟର ପିଛା ଟିକେଟ ମୂଲ୍ୟ ୨ପଇସା ବୃଦ୍ଧି କରିଛି । ତଦନୁସାରେ ଯଦି ଆପଣ ୨୧୫ କି.ମିରୁ ଅଧିକ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କର ଟିକେଟ ପୂର୍ବ ଅପେକ୍ଷା ମହଙ୍ଗା ହେବ । ୧୦୦୦କି.ମି ଦୂରତାକୁ ଟିକେଟ ବୁକ୍ କରିବା ପାଇଁ ୨୦ଟଙ୍କା ଅଧିକ ଦେବାକୁ ପଡିବ । ଆଗୁଆ ଡିସେମ୍ବର ୨୬ପାଇଁ ବୁକ୍ ହୋଇଥିବା ଟିକେଟ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ, ଅର୍ଥାତ୍ ଆପଣ ପୂର୍ବ ପରି ସମାନ ଦରରେ ଯାତ୍ରା କରିପାରିବେ । ହେଲେ ଯଦି ଆପଣ ଷ୍ଟେସନରେ ଟିକେଟ କିଣନ୍ତି, ତେବେ ଆପଣଙ୍କୁ ନୂତନ ନିୟମ ଅନୁସାରେ ଦେୟ ଦେବାକୁ ପଡିବ ।
ନୂତନ ରେଳ ନିୟମ ୨୧୫ କିଲୋମିଟରରୁ କମ୍ ଦୂରତା ଯାତ୍ରା କରୁଥିବା ଲୋକଙ୍କୁ ପ୍ରଭାବିତ କରିବ ନାହିଁ। ଏହା ବ୍ୟତୀତ, ମାସିକ ଟିକେଟ୍ ଧାରୀଙ୍କ ପାଇଁ କୌଣସି ଭଡ଼ା ବୃଦ୍ଧି ହେବ ନାହିଁ। ଯେଉଁମାନେ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି, ସେମାନଙ୍କ ପାଇଁ ଟିକେଟ୍ ମୂଲ୍ୟ ସମାନ ରହିବ।
Powered by Froala Editor