ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ
ଜଗତସିଂହପୁର: ଗିରଫ ହେଲେ ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର। ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। 7ରେଞ୍ଜରଙ୍କର ଦୁଇଟି କୋଠା ସହ ୫ଟି ମୂଲ୍ୟବାନ୍ ପ୍ଲଟ୍ ଠାବ ହୋଇଛି। ୨୫୦ ଗ୍ରାମ୍ ସୁନା ସହ ନଗଦ ୩.୬୯ ଲକ୍ଷ ଟଙ୍କା ଜବତ ହୋଇଛି। ୮୦.୬୮ ଲକ୍ଷ ଟଙ୍କାର ଡିପୋଜିଟ୍ ମଧ୍ୟ ଠାବ ହୋଇଛି। ଏଥିସହିତ ଗୋଟିଏ ୪ ଚକିଆ ଓ ଦୁଇଟି ଦୁଇ ଚକିଆ ଯାନ ଥିବା ଏବଂ କଟକ ସହର ବାହାରେ ଏକ ପ୍ଲଟ୍ ଓ ଜଗତସିଂହପୁର ଟାଉନ୍ ଅଞ୍ଚଳରେ ଦୁଇଟି ପ୍ଲଟ୍ ଠାବ କରାଯାଇଥିବା ଜଣାପଡିଛି।
Powered by Froala Editor