ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ
କୋରାପୁଟ: ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ। ମାମଲାର ରଫାଦଫା କରିବାକୁ ଥାନା ଅଧିକାରିଣୀ ସୁକ୍ମା ହାଁସଦା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଥାନାରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଛି।
ସୂଚନା ଅନୁସାରେ, କିଛି ଦିନ ପୂର୍ବେ ଦଶମନ୍ତପୁର ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ପୋଡ଼ାଗଡ ପଞ୍ଚାୟତ ଅଧିନସ୍ଥ ଛଟାଗୁଡା ଗାଁର ରାମେଶ୍ବର ବିଶୋଇ ବିବାହ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖୁଥିଲେ। ଯୁବତୀ ଜଣକ ବିବାହ କରି ଘରକୁ ନେବାକୁ ପ୍ରେମିକକୁ କହିଥିଲେ। ହେଲେ ପ୍ରେମିକ ବିବାହ ପାଇଁ ରୋକ୍ ଠୋକ୍ ମନା କରିଦେଇଥିଲେ। ଫଳରେ ଯୁବତୀ ଜଣଙ୍କ ଦଶମନ୍ତପୁର ଥାନାର ଦ୍ଵାରସ୍ଥ ହୋଇଥିଲେ। ହେଲେ ଥାନା ଅଧିକାରିଣୀ ସୁକୁମା ହାଁସଦା ନ୍ୟାୟ ଦେବା ପରିବର୍ତ୍ତେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପୀଡ଼ିତା ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ପୀଡ଼ିତାଙ୍କ ପରିବାର ଲୋକ ଭିଜିଲାନ୍ସର ଆଶ୍ରୟ ନେଇଥିଲେ। ଆଜି ଆଇଆଇସି ସୁକୁମା ହାଁସଦା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା।
Powered by Froala Editor