ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ମୃତ
ଧାମରା : ଧାମରା ନିକଟସ୍ଥ ଗୁଆଁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଛି। ସୂଚନା ଅନୁଯାଇ ଗୁଆଁଳ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇ ଦୁଇ ଯୁବକ ରାସ୍ତା ଉପରେ ପଡ଼ିଥିଲେ। ଏହି ସମୟରେ ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟ ଦର୍ଶନୀ ଖଟୁଆ ପାଟ୍ରୋଲିଂ କରିବାକୁ ଯାଉଥିବା ବେଳେ ରାସ୍ତା କଡ଼ରେ ପଡ଼ିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଧାମରା ଦୋସିଙ୍ଗା ଅଞ୍ଚଳର ରାକେଶ ଜେନା ଏବଂ ମାନସ ଜେନା ବୋଲି ଜଣାପଡିଛି। ଦୁଇଜଣ ସମ୍ପର୍କରେ ଦାଦା ଏବଂ ପୁତୁରା।
Powered by Froala Editor