ମୋକିମଙ୍କୁ ବହିଷ୍କାର ପରେ ମୁହଁ ଖୋଲିଲେ ସୋଫିଆ
ମୋକିମଙ୍କୁ ଦଳରୁ ବହିଷ୍କାର କରାଗଲା ପରେ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପଞ୍ଚାନନ କାନୁନଗୋ ପ୍ରମୁଖ ବରିଷ୍ଠ ନେତା ନିଜ ନିଜ ଢଙ୍ଗରେ କଥା ଶୁଣାଇ ଦେଇଥିଲେ ।ଅନ୍ୟପକ୍ଷରେ ଯୁବ କଂଗ୍ରେସ ନେତା ନିହାର ବେହେରା ସିଧା ମୋକିମଙ୍କ ପକ୍ଷ ନେଇ ଭକ୍ତ ସର୍ବେସର୍ବା ନୁହନ୍ତି ବୋଲି କହିଥିଲେ ।
କିନ୍ତୁ ସମସ୍ତଙ୍କ ନଜର ଥିଲା ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଶଙ୍କ ଉପରେ । ପ୍ରଥମ ଥର ପାଇଁ ସୋଫିଆ ମୁହଁ ଖୋଲିଛନ୍ତି । ସୋଫିଆ କହିଛନ୍ତି ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ । ଆମେ ବିଧାୟକ ହିସାବରେ ଅଛୁ । ଲୋକଙ୍କର ସେବା କରିବା ପାଇଁ ଅଛୁ । ଯେମିତି କାର୍ଯ୍ୟକ୍ରମ ଚାଲିଥିଲା ସେମିତି ଲୋକଙ୍କ ସେବା କରିବା ପାଇଁ ପୂରା ପ୍ରସ୍ତୁତ ରହିବୁ ବୋଲି କହିଥିଲେ ସୋଫିଆ ।
ସୋଫିଆଙ୍କ ପ୍ରସଙ୍ଗରେ କାଲି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ଭବିଷ୍ୟତ ସେ ନିର୍ଦ୍ଧାରଣ କରିବେ ବୋଲି କହିଥିଲେ ଭକ୍ତ । ଦଳର ସେ ଜଣେ ବିଧାୟକ । ଆମର ଆଶୀର୍ବାଦ ତାଙ୍କ ସହ ରହିଛି । ତାଙ୍କର ପୋଟେନ୍ସିଆଲିଟି ଅଛି । ସେ ଆଗକୁ ଯାଇ ପାରିବେ । ତାଙ୍କ ଉପରେ ମୁଁ କିଛି କହିପାରିବିନି କହି ନିଷ୍ପତ୍ତି ସୋଫିଆଙ୍କ ଉପରେ ଛାଡ଼ି ଦେଇଥିଲେ ଭକ୍ତ । ତେଣୁ ଏଭଳି ସ୍ଥିତିରେ ସୋଫିଆ ବାପା ମୋକିମଙ୍କ ସହ ନଯାଇ କଂଗ୍ରେସରେ ରହିବେ ବୋଲି କୁହାଯାଉଛି ।
Powered by Froala Editor