କୁହୁଡ଼ି ଯୋଗୁଁ ପଛକୁ ପଛ ପିଟିହେଲା ଗାଡି, ୪ ମୃତ
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେ ରେ ସୋମବାର ଘନ କୁହୁଡି ଦେଖିବାକୁ ମିଳିଛି। ଫରିଦାବାଦ ଓ ନୁହଁ ଜିଲ୍ଲାରେ ଅଲଗା ଅଲଗା ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। କୁହୁଡ଼ି ଯୋଗୁଁ ସୋମବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ୨୫ଟି ଗାଡ଼ି ପରସ୍ପର ସହିତ ଧକ୍କା ଖାଇଥିଲା ବୋଲି ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହା ସହିତ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଏହି ଦୁର୍ଘଟଣାରେ ପିଜୁଳି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏକ ପିଜୁଳି ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ରାସ୍ତାରେ ଏଣେତେଣେ ପିଜୁଳି ପଡ଼ିଯାଇଥିଲା। ପୁଲିସ ମାମଲାର ଯାଞ୍ଚରେ ଲାଗିଛି।
ଫରିଦାବାଦରେ ସୋମବାର ସକାଳେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେରେ ଘନ କୁହୁଡି ହେବା କାରଣରୁ ବାହନ ଚାଳକଙ୍କୁ ଆଗର ରାସ୍ତା ଦେଖାଯାଇନଇଲା। ଫଳରେ ଗୋଟିଏ ପରେ ଗୋଟିଏ ଗାଡ଼ି ପରସ୍ପର ସହ ମାଡ଼ ହେବାରେ ଲାଗିଥିଲା। ଫରିଦାବାଦର କେଲ୍ ଗାଁ ନିକଟରେ ଅଲଗା ଅଲଗା ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରଥମ ଦୁର୍ଘଟଣାରେ ଏକ କାର ସଡକ କଡରେ ଠିଆ ହୋଇଥିବା କ୍ୟାଣ୍ଟର ସହ ମାଡ଼ ହାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର ଭିତରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ଏହି ସ୍ଥାନଠାରୁ କିଛି ଦୂରରେ ଦ୍ବିତୀୟ ଦୁର୍ଘଟଣା ଘଟିଛି। ଏକ କ୍ୟାଣ୍ଟରକୁ ପଛପଟୁ ଗୋଟିଏ କାର ପିଟି ଦେଇଥିଲା। ଭୋର ପ୍ରାୟ ୪ଟା ବେଳେ ଦିଲ୍ଳୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେରେ ପ୍ରାୟ ୨୫ଟି ବାହନ ପରସ୍ପର ମଧ୍ୟରେ ମାଡ଼ ହୋଇଥିଲ।
Powered by Froala Editor