ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ
ଉତ୍ତର ପ୍ରଦେଶର ମଥୁରାରେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟଙ୍କ ସୁରକ୍ଷା କର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଅନିରୁଦ୍ଧାଚାର୍ଯ୍ୟଙ୍କ ସୁରକ୍ଷା କର୍ମୀମାନେ ଆଶ୍ରମ ନିକଟରେ ଜଣେ ଦୋକାନୀଙ୍କୁ ପ୍ରବଳ ମାଡ଼ ମାରିଛନ୍ତି। ଫଳରେ ଦୋକାନୀ ଗୁରୁତର ଆହତ ହୋଇଛନ୍ତି। ହସ୍ପିଟାଲରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ, ପୀଡିତଙ୍କୁ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାର ଫଟୋ ଏବେ ସାମ୍ନାକୁ ଆସିଛି।
ଗୌରୀ ଗୋପାଳ ଆଶ୍ରମ ପାଖରେ ଦୋକାନ କରିଥିବା ବିବେକ କୁମାରଙ୍କୁ ଅନିରୁଦ୍ଧାଚାର୍ଯ୍ୟଙ୍କ ସୁରକ୍ଷା କର୍ମୀମାନେ ପ୍ରଥମେ ଭିତରକୁ ଟାଣି ନେଇଥିଲେ ଏବଂ ପରେ ତାଙ୍କୁ ମାଡ଼ ମାରିଥିଲେ। ପରିବାର ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲ ପ୍ରଶାସନ ବିବେକ କୁମାରଙ୍କୁ ଠିକ୍ ଭାବରେ ଚିକିତ୍ସା କରୁନାହିଁ। ବିବେକ କୁମାରଙ୍କ ପତ୍ନୀ ଦାବି କରିଛନ୍ତି ଯେ କେହି ତାଙ୍କ ଚିକିତ୍ସା କରୁନାହାଁନ୍ତି ଏବଂ ତାଙ୍କୁ କୌଣସି ଔଷଧ ଦିଆଯାଇ ନାହିଁ।
Powered by Froala Editor