ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ମହାଜନ
ଚାଷ ପାଇଁ ଯେତିକି ଋଣ ଆଣିଥିଲେ, ତାହାଠାରୁ ଅଧିକ ସୁଧ ଲଗାଇ ଟଙ୍କା ଦେବାକୁ ଧମକ ଦେଲେ ମହାଜନ । ମହାଜନର ଧମକ ପରେ ଚାଷୀଙ୍କୁ ଟଙ୍କା କିଡନୀ ବିକ୍ରି କରିବାକୁ ବାଧ୍ୟ କରାଯାଇଥିଲା। ରୋଶନ ସଦାଶିବ କୁଡେ ନାମକ ଜଣେ ଚାଷୀ ମହାଜନଙ୍କଠାରୁ ଋଣ ପରିଶୋଧ କରିବା ପାଇଁ ତାଙ୍କ କିଡନୀ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।
ଚନ୍ଦ୍ରପୁର ଜିଲାର ରୋଶନ ସଦାଶିବ କୁଡେ ଚାଷରେ କ୍ରମାଗତ କ୍ଷତି ଦେଖି ଏକ ଦୁଗ୍ଧ ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ କିଛି ମହାଜନଙ୍କଠାରୁ ମୋଟ ୧ ଲକ୍ଷ ଟଙ୍କା ଋଣ ନେଇଥିଲେ। ଦୁର୍ଭାଗ୍ୟବଶତଃ, ବ୍ୟବସାୟ ଆରମ୍ଭ ହେବା ପୂର୍ବରୁ ସେ କିଣିଥିବା ଗାଈଗୁଡ଼ିକ ମରିଗଲେ ଏବଂ ତାଙ୍କ ଜମିରେ ଫସଲ ମଧ୍ୟ ନଷ୍ଟ ହୋଇଗଲା। ମହାଜନମାନେ ସଦାଶିବ ଏବଂ ତାଙ୍କ ପରିବାରକୁ ହଇରାଣ କରିବା ଆରମ୍ଭ କଲେ।
ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ ୭୪ ଲକ୍ଷ ଟଙ୍କାରେ ପହଞ୍ଚିବାରୁ ସେ ନିଜ କିଡନୀ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଋଣ ପରିଶୋଧ କରିବା ପାଇଁ ସଦାଶିବ ତାଙ୍କ ଜମି, ଟ୍ରାକ୍ଟର ଏବଂ ମୂଲ୍ୟବାନ ଘରୋଇ ସାମଗ୍ରୀ ବିକ୍ରି କରିଥିଲେ, କିନ୍ତୁ ଏହା ଯଥେଷ୍ଟ ନଥିଲା। ଋଣ ବାକି ରହିବାରୁ ଜଣେ ମହାଜନ ତାଙ୍କୁ କିଡନୀ ବିକ୍ରି କରିବାକୁ ପରାମର୍ଶ ଦେଇଥିଲେ। ସେ ଜଣେ ଏଜେଣ୍ଟ ମାଧ୍ୟମରେ କୋଲକାତା ଯାଇ ପରୀକ୍ଷା କରାଇଥିଲେ ଏବଂ ପରେ କାମ୍ବୋଡିଆ ଯାଇଥିଲେ, ଯେଉଁଠାରେ ତାଙ୍କ କିଡନୀକୁ ୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା।
ଋଣ ଦେଇ ହଇରାଣ କରୁଥିବା ମହାଜନମାନେ ହେଲେ କିଶୋର ବାୱାନକୁଲେ, ମନୀଷ କାଲବାନ୍ଦେ, ଲକ୍ଷ୍ମଣ ଉରକୁଡେ, ପ୍ରଦୀପ ବାୱାନକୁଲେ, ସଞ୍ଜୟ ବଲ୍ଲାରପୁରେ ଏବଂ ଲକ୍ଷ୍ମଣ ବୋରକର, ଯେଉଁମାନେ ବ୍ରହ୍ମପୁରୀ ସହରର ବାସିନ୍ଦା।
ସଦାଶିବ ଅଭିଯୋଗ କରିଛନ୍ତି ଯେ ଅଭିଯୋଗ ସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ, ଯାହା ତାଙ୍କର ମାନସିକ ଓ ଶାରୀରିକ ଯନ୍ତ୍ରଣାକୁ ବଢାଇ ଦେଇଛି।
Powered by Froala Editor