ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ଉପରେ ଟଙ୍କା ବର୍ଷା
ଆବୁଧାବିରେ ଆଇପିଏଲ-୨୦୨୬ ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୫୦ ଖେଳାଳି ଏବଂ ୧୦ଟି ଟିମ୍ ଅଂଶଗ୍ରହଣ କରିଥିଲେ।
ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ଖେଳାଳିମାନେ (ଆଇପିଏଲ ୨୦୨୬ ନୀଲାମୀ ବିକ୍ରି ଖେଳାଳି ତାଲିକା):
କ୍ୟାମେରନ ଗ୍ରୀନ (କେକେଆର୍) – ୨୫.୨୦ କୋଟି
ମଥୀଶା ପଥିରାନା (କେକେଆର୍) – ୧୮ କୋଟି
ପ୍ରଶାନ୍ତ ବୀର (ସିଏସ୍କେ) – ୧୪.୨୦ କୋଟି
କାର୍ତ୍ତିକ ଶର୍ମା (ସିଏସ୍କେ) – ୧୪.୨୦ କୋଟି
ଆକିବ ଡାର୍ (ଡିସି) – ୮.୪୦ କୋଟି
ରବି ବିଶ୍ନୋଇ (ଆର୍ଆର୍) – ୭.୨୦ କୋଟି
ଭେଙ୍କଟେଶ ଆୟର୍ (ଆର୍ସିବି) – ୭ କୋଟି
ତେଜସ୍ବୀ ସିଂହ (କେକେଆର୍) – ୩ କୋଟି
ମୁକୁଳ ଚୌଧୁରୀ (ଏଲଏସ୍ଜି) – ୨.୬୦ କୋଟି
ଡେଭିଡ ମିଲର୍ (ଡିସି) – ୨ କୋଟି
ବାନିନ୍ଦୁ ହସରଙ୍ଗା (ଏଲଏସ୍ଜିି) – ୨ କୋଟି
ବେନ ଡକେଟ (ଡିସି) – ୨ କୋଟି
ଫିନ ଆଲେନ (କେକେଆର୍) – ୨ କୋଟି
ଜ୍ୟାକବ ଡଫି (ଆର୍ସିବି) – ୨ କୋଟି
ଅକିଲ ହୁସେନ (ସିଏସ୍କେ) – ୨ କୋଟି
କ୍ୱିଣ୍ଟନ ଡି କକ (ଏମଆଇ) – ୧ କୋଟି
ନମନ ତିୱାରୀ (ଏଲଏସ୍ଜି) – ୧ କୋଟି
ଅଶୋକ ଶର୍ମା (ଜିଟି) – ୯୦ ଲକ୍ଷ
ଶିବାଙ୍ଗ କୁମାର (ଏସଆର୍ଏଚ୍) – ୩୦ ଲକ୍ଷ
କାର୍ତ୍ତିକ ତ୍ୟାଗୀ (କେକେଆର୍) – ୩୦ ଲକ୍ଷ
ବିଗ୍ନେଶ ପୁଥୁର (ଆର୍ଆର୍) – ୩୦ ଲକ୍ଷ
ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ରେକର୍ଡ ପରିମାଣର ୧୪.୨ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ଅଣ-କ୍ୟାପଡ୍ ଖେଳାଳିଙ୍କୁ କିଣିବା ପାଇଁ ବଡ଼ ଧରଣର ନିଲାମି ଯୁଦ୍ଧ ଦେଖିବାକୁ ମିଳିଥିଲା, ଯାହା ଶେଷରେ କାର୍ତ୍ତିକଙ୍କୁ ଆଇପିଏଲ୍ ଇତିହାସର ମିଳିତ ଭାବେ ସବୁଠାରୁ ମହଙ୍ଗା ଅଣ-କ୍ୟାପଡ୍ ଖେଳାଳି କରିଛି।
କାର୍ତ୍ତିକଙ୍କ ପାଇଁ ପ୍ରଥମେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ନିଲାମି ଆରମ୍ଭ କରିଥିଲେ। ପରେ କୋଲକାତା ନାଇଟ୍ ରାଇଡର୍ସ (KKR) ଜୋରଦାର୍ ପ୍ରତିଦ୍ୱନ୍ଦ୍ୱିତା କରି ୧୦ କୋଟି ଟଙ୍କା ପାଖାପାଖି ପହଞ୍ଚିଥିଲା। ଶେଷରେ, ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ CSK ପ୍ରବେଶ କରି ୧୦ କୋଟି ଟଙ୍କା ଅତିକ୍ରମ କରିଥିଲା। ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟ ଶେଷ ଚେଷ୍ଟା କରିଥିଲା, କିନ୍ତୁ CSK ୧୪.୨ କୋଟି ଟଙ୍କାରେ ରାଜସ୍ଥାନର ଏହି ୱିକେଟକିପର-ବ୍ୟାଟରଙ୍କୁ ନିଜ ଦଳରେ ସାମିଲ କରିଥିଲା।
Powered by Froala Editor