ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ଖେଳାଳିଙ୍କୁ ହତ୍ୟା
ପଞ୍ଜାବର ମୋହାଲିର ସୋହନାରେ ଏକ କବାଡି ଟୁର୍ଣ୍ଣାମେଣ୍ଟ ସମୟରେ ଗୁଳି ଚାଳନା ହେବାରୁ ଜଣେ ୩୦ ବର୍ଷୀୟ ଖେଳାଳିଙ୍କ ମୃତ୍ୟୁ ହୋଇଛି। ଏହି ଫାୟାରିଂରେ କବାଡି ଖେଳାଳି କନୱର ଦିଗବିଜୟ ସିଂହଙ୍କ ମୁହଁ ଓ ଶରୀରର ଉପର ଭାଗରେ ଚାରିରୁ ପାଞ୍ଚଟି ଗୁଳି ଲାଗି ଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଥିଲା, ହେଲେ ସେଠାରେ ଖେଳାଳିଙ୍କର ମୃତ୍ୟୁ ହୋଇଥିଲା।
ରିପୋର୍ଟ ଅନୁଯାୟୀ, ଘଟଣାଟି ସେକ୍ଟର ୭୯ ଗ୍ରାଉଣ୍ଡରେ ଘଟିଥିଲା ଯେଉଁଠାରେ ମ୍ୟାଚ୍ ଖେଳାଯାଉଥିଲା। ଆକ୍ରମଣକାରୀମାନେ ଏକ ମୋଟରସାଇକେଲରେ ଆସି ଗୁଳି ଚଳାଇଥିଲେ। ଗୁଳିଚାଳନା ଫଳରେ ଜଣେ କବାଡି ଖେଳାଳି ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜକ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ଖେଳାଳି କନୱର ଦିଗବିଜୟ ସିଂହଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ କହିଛନ୍ତି ଯେ ସେମାନେ ପ୍ରଥମେ ଭାବିଥିଲେ ଯେ ଏହା ଆତସବାଜି ଥିଲା। କିନ୍ତୁ ମ୍ୟାଚ୍ ସମୟରେ ପ୍ରାୟ ଛଅଟି ଗୁଳି ଚାଳନା କରାଯାଇଥିଲା । ଗୁଳିକାଣ୍ଡ ପରେ ଆକ୍ରମଣକାରୀମାନେ ପଳାଇ ଯାଇଥିଲେ।
ବେଦୱାନ ସ୍ପୋର୍ଟସ୍ କ୍ଲବ୍ ପକ୍ଷରୁ ଆୟୋଜିତ ଏକ ଚାରି ଦିନିଆ କବାଡି ଟୁର୍ଣ୍ଣାମେଣ୍ଟ ସମୟରେ ଏହି ଗୁଳିଚାଳନା ହୋଇଥିଲା । ଗୁଳିକାଣ୍ଡରେ ୩୦ ବର୍ଷୀୟ କବାଡି ଖେଳାଳି କନୱର ଦିଗବିଜୟ ସିଂହ ଯିଏକି ରାଣା ବାଲାଚୌରିଆ ନାମରେ ମଧ୍ୟ ଜଣାଶୁଣା।
Powered by Froala Editor