Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ...

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ...

  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ...

  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ...

  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ...

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ...

  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ...

ବାଣିଜ୍ୟ
Home ›› ବାଣିଜ୍ୟ ››ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

2025-12-06 14:30:20
14403
Share:
Facebook
Twitter
E-Mail
WhatsApp
Telegram
ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

ଭୁବନେଶ୍ୱର: ଯୁବ ଆଥ୍‌ଲେଟମାନଙ୍କ ପାଇଁ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ବିନା ମୂଲ୍ୟରେ ବୋନ୍‌ ମିନେରାଲ ଡେନ୍‌ସିଟି ଯାଞ୍ଚ ଶିବିର ଶନିବାର ଆୟୋଜନ କରାଯାଇଥିଲା । ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମ୍‌ରେ ତାଲିମ ନେଉଥିବା ରାଜ୍ୟସ୍ତରର ୧୫୦ ଜଣ ଉଦୀୟମାନ ଆଥ୍‌ଲେଟଙ୍କ ଠାରେ ଯୁବାବସ୍ଥାରେ ସମ୍ଭାବ୍ୟ ଅସ୍ଥି ସମ୍ପର୍କିତ ଅଭାବ ଠାବ କରିବା ଏହି ପ୍ରୟାସର ଉଦେ୍ଦଶ୍ୟ ଥିଲା । ଆଦ୍ୟ ନିରୂପଣ ଦ୍ୱାରା ତାହା କ୍ରୀଡାବିତ୍‌ଙ୍କ ମଧ୍ୟରେ ଆଘାତ ନିବାରଣରେ ସହାୟକ ହୋଇଥାଏ । 

ଏହି ଶିବିର କ୍ରୀଡା ବିଜ୍ଞାନ ବିଶାରଦ ଏବଂ ସର୍ଜନ ଡା.ସାର୍ଥକ ପଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ପୋର୍ଟସ୍‌ ସାଇନ୍ସ ଇଣ୍ଡିଆ (ଏସ୍‌ଏସଆଇ) ଦ୍ୱାରା ଆୟୋଜିତ ହୋଇଥିଲା । ଶିବିରରେ ଡେକ୍ସା-ଭିତ୍ତିକ ସ୍ଥାନାନ୍ତରଯୋଗ୍ୟ ସ୍କାନର୍‌ ବ୍ୟବହାର କରି ଆଥ୍‌ଲେଟମାନଙ୍କର ଅସ୍ଥି ସ୍ୱାସ୍ଥ୍ୟ ଆକଳନ ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିଲା । ବିନା କଟାକଟିରେ ଏହି ପରୀକ୍ଷା ନିରୀକ୍ଷା ଅସ୍ଥିର ସାମର୍ଥ୍ୟ ଓ ଖଣିଜ ସ୍ତର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲା । ଏହା କୋଚ ଏବଂ ଫିଜିଓଥେରାପିଷ୍ଟମାନଙ୍କୁ ପ୍ରତ୍ୟେକ ଆଥ୍‌ଲେଟଙ୍କର ଉଚ୍ଚ ପ୍ରଦର୍ଶନ ଆଧାରିତ ତାଲିମ ନିମନ୍ତେ ଶାରୀରିକ ଗଠନମୂଳକ ପ୍ରସ୍ତୁତି ସମ୍ପର୍କରେ ବୁଝିବାରେ ସହାୟକ ହୋଇଥିଲା । “ ଆମର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରର କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ ଏହି ଧରଣର ପରୀକ୍ଷା ନିରୀକ୍ଷା ସମଗ୍ର ରାଜ୍ୟରେ ମଜଭୁତ, ଆଘାତ-ପ୍ରତିରୋଧୀ ଆଥ୍‌ଲେଟଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ନିତାନ୍ତ ଜରୁରୀ,” ବୋଲି ଡା. ପଟନାୟକ କହିଥିଲେ । 

ଦିନେଶ ସୁରୀ, ଚିଫ୍‌ ଅପରେଟିଂ ଅଫିସର, ଓଡ଼ିଶା ଆଥ୍‌ଲେଟିକ ପ୍ରୋଜେକ୍ଟ କହିଥିଲେ, କ୍ରୀଡା ଓ ଯୁବ ସେବା ବିଭାଗ (ଡିଏସ୍‌ୱାଇଏସ୍‌) ଦ୍ୱାରା ପରିଚାଳିତ ହୋଇ ଏହି ପ୍ରୟାସ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି, କାରଣ ଅନେକ ସମୟରେ ଯୁବ ଆଥ୍‌ଲେଟମାନେ ଅସ୍ଥିର ଯାଞ୍ଚ କରାନ୍ତି ନାହିଁ । “ପ୍ରତିଷ୍ଠିତ ଆଥ୍‌ଲେଟମାନେ ଏହିଭଳି ପରୀକ୍ଷା ନିରୀକ୍ଷା କରାଇଥାନ୍ତି । କିନ୍ତୁ ଆଦ୍ୟ ସ୍ତରରେ ଏଭଳି ଯାଞ୍ଚ କରାଯିବାର ନିଜସ୍ୱ ଫାଇଦା ରହିଛି । ନିମ୍ନସ୍ତରର ବିଏମ୍‌ଡିକୁ ଅନେକ ସମୟରେ ଅଣଦେଖା କରାଯାଏ, କିନ୍ତୁ ସେଥିଯୋଗୁଁ ଚାପଜନିତ ଫ୍ରାକ୍‌ଚର, ବିଶେଷକରି ଉଚ୍ଚ ପ୍ରଭାବୀ କ୍ରୀଡା କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଦେବାର ଆଶଙ୍କା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଥାଏ । ତେଣୁ ଆମେ ଅସ୍ଥିର ସ୍ୱାସ୍ଥ୍ୟ ସମ୍ପର୍କରେ ଆଦ୍ୟାବସ୍ଥାରୁ ଆକଳନ କରିପାରିବା, ତେବେ ଆମେ ଆଥ୍‌ଲେଟଙ୍କ ପାଇଁ ଉନ୍ନତ ତାଲିମର ଡିଜାଇନ କରିପାରିବା,” ବୋଲି ସୁରୀ କହିଥିଲେ । 

ଏହି ପ୍ରୟାସକୁ କୋଚ୍‌ ଏବଂ ତାଲିମପ୍ରଦାନକାରୀଙ୍କ ମଧ୍ୟରେ ବିପୁଳ ସ୍ୱାଗତ କରାଯାଇଥିଲା । ସେମାନଙ୍କର ବିଶ୍ୱାସ ଯେ ନିୟମିତ ଭାବରେ ବିଏମ୍‌ଡି ଯାଞ୍ଚ କରାଗଲେ ତାହା ଓଡ଼ିଶା ଆଥ୍‌ଲେଟଙ୍କୁ ଅଧିକ ଭଲ ଭାବରେ ତାଲିମ ନେବା ଏବଂ ପ୍ରତିଯୋଗିତାମୂଳକ ସିଜନ୍‌ଗୁଡିକରେ ଆଘାତ-ମୁକ୍ତ ରହିବାରେ ସହାୟକ ହୋଇପାରିବ । 

ଆଥ୍‌ଲେଟଙ୍କ ପାଇଁ ବିଏମ୍‌ଡି ଯାଞ୍ଚ କାହିଁକି ଗୁରୁତ୍ୱପୂର୍ଣ୍ଣ? 

ବୋନ୍‌ ମିନେରାଲ ଡେନ୍‌ସିଟି ଅସ୍ଥିରେ ମୁଖ୍ୟତଃ କ୍ୟାଲସିୟମ୍‌ ଏବଂ ଫସଫରସ୍‌ ଭଳି ଅତ୍ୟାବଶ୍ୟକ ଖଣିଜ ସାରର ଉପସ୍ଥିତି ପରିମାଣ ସମ୍ପର୍କରେ ସୂଚନା ଦେଇଥାଏ । ଅସ୍ଥିର ସାମର୍ଥ୍ୟ ନିମନ୍ତେ ଏହା ଏକ ମୁଖ୍ୟ ପରିମାପ ଏବଂ ଆଘାତ ଜନିତ ଆପଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁମାନକାରୀ ବିବେଚିତ ହେଉଛି । 

ଆଥ୍‌ଲେଟମାଙ୍କ ପାଇଁ ବିଏମ୍‌ଡି ଯାଞ୍ଚ କରାଯିବା କାହିଁକି ଆବଶ୍ୟକ ସେ ସମ୍ପର୍କରେ କ୍ରୀଡା ବିଜ୍ଞାନୀମାନେ ଚାରିଟି ପ୍ରମୁଖ କାରଣ ଦର୍ଶାଇଛନ୍ତି । ସେଗୁଡିକ ହେଉଛି: 

ଆଘାତ ନିବାରଣ: ଏହା ନିମ୍ନ ପରିମାଣର ବିଏମ୍‌ଡିକୁ ଆଦ୍ୟାବସ୍ଥାରେ ଠାବ କରିଥାଏ, ଦୋ÷ଡ, ଜିମ୍ନାଷ୍ଟିକ୍ସ ଏବଂ ଅନ୍ୟ ଉଚ୍ଚ-ପ୍ରଭାବ ପକାଉଥିବା କ୍ରୀଡା ଶୃଙ୍ଖଳାଗୁଡିକରେ ଚାପଜନିତ ଫ୍ରାକ୍‌ଚର ହ୍ରାସ କରେ ।

ଆର୍‌ଇଡି-ଏସ୍‌ ଯାଞ୍ଚ: କ୍ରୀଡାବିତ୍‌ଙ୍କର ପ୍ରଦର୍ଶନ, ସୁସ୍ଥହେବା ଏବଂ ଶକ୍ତିରେ ସନ୍ତୁଳନକୁ ପ୍ରଭାବିତ କରୁଥିବା ଏକ ପ୍ରକାର ପରିସ୍ଥିତି ରିଲେଟିଭ୍‌ ଏନର୍ଜି ଡେଫିସିଏନ୍ସ ଇନ୍‌ ସ୍ପୋର୍ଟ (ଆର୍‌ଇଡି-ଏସ୍‌) ଦ୍ୱାରା ସୃଷ୍ଟି ହେଉଥିବା ଅସ୍ଥିର କ୍ଷତି ଚିହ୍ନଟ କରିବାରେ ଏହା ସହାୟତା କରିଥାଏ । 

ପ୍ରଦର୍ଶନକୁ ଶୀର୍ଷସ୍ତରରେ ପହଞ୍ଚାଇବା: ଜୋର୍‌ଦାର ତାଲିମ ସମୟରେ ଶକ୍ତ ଅସ୍ଥି ଉତ୍ତମ ମଜଭୁତପଣ କ୍ଷେତ୍ରରେ ଅବଦାନ ରଖିଥାଏ; ଅନେକ ସମୟରେ ଅସ୍ଥିର ଘନତ୍ୱ ବୃଦ୍ଧି କରିବା ନିମନ୍ତେ ପ୍ରତିରୋଧୀ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।

ଗ୍ରହଣୀୟତା ନିରୀକ୍ଷଣ: ତାଲିମ ଜନିତ ବୋଝ ଏବଂ ସାମର୍ଥ୍ୟ ବୃଦ୍ଧିକାରୀ କାର୍ଯ୍ୟକ୍ରମଗୁଡିକ ସମୟକ୍ରମେ କିଭଳି ଅସ୍ଥିର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ତାହା ଉପରେ ଦୀର୍ଘକାଳୀନ ଦୃଷ୍ଟି ରଖିଥାଏ ।

Powered by Froala Editor

Tags Kalinga Stadium

Related articles Odisha News Lens 4.1

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15570
    Aug 23, 2026
  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ
    ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13816
    Aug 23, 2026
  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ
    ଦେଶ-ଦେଶାନ୍ତର

    କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15438
    Aug 23, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ
    ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14147
    Aug 23, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15691
    Aug 22, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
    ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13974
    Aug 23, 2026
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା
    ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15326
    Aug 23, 2026
  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ:  ୨ ମୃତ, ୯ ଆହତ
    ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15308
    Aug 22, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15081
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15326
    Aug 23, 2026
  • ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15308
    Aug 22, 2026
  • ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15570
    Aug 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17049
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17678
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18117
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15513
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16044
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13965
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14989
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14760
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15970
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14005
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14270
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14393
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15326
    Aug 23, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13974
    Aug 23, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15081
    Aug 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In