ସୋସିଆଲ ମିଡିଆରେ ନୁ୍ୟଡ଼ କଲ କରି ଫସିଲେ ଯୁବକ, ଗଣିଲେ ୨୫ ହଜାର ଟଙ୍କା
ଭୁବନେଶ୍ୱର : ସୋସିଆଲ ମିଡିଆରେ ନୁ୍ୟଡ଼ କଲ କରି ଫସି ଯାଇଛନ୍ତି ଜଣେ ଯୁବକ । ଫେସବୁକରେ ସମ୍ପର୍କ ବଢ଼ିବାରୁ ଅନଲାଇନରେ ଚାଟିଂ ଓ ଭିଡିଓ କଲ କରି ଜଣେ ଯୁବକଙ୍କୁ ୨୫ହଜାର ଟଙ୍କା ତଣ୍ଡ ଦେବାକୁ ପଡ଼ିଛି । ଯୁବକ ଜଣକ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ଆପାର୍ଟମେଂଟରେ ରହୁଥିବା ଜଣାପଡ଼ିଛି । ଠକେଇର ଶିକାର ଯୁବକ ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ମାମଲାକୁ ସାଇବର ସେଲକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।
ଘଟଣା ଅନୁଯାୟୀ ଯୁବକ ଜଣକ କିଛିଦିନ ହେବ ଜଣେ ଯୁବତୀଙ୍କ ସହ ଭିଡିଓ କଲ କରୁଥିଲେ । ଏବାବଦକୁ ସେ ମିନିଟ ପିଛା ନିର୍ଦ୍ଧାରିତ ଅର୍ଥ ମଧ୍ୟ ଅନଲାଇନ୍ ମାଧ୍ୟମରେ ପଇଠ କରିଥିଲେ । ମାତ୍ର ଯୁବତୀ ଜଣକ ତାଙ୍କ ନୁ୍ୟଡ ଭିଡିଓ କଲକୁ ରେକର୍ଡିଂ କରି ଅଧିକ ଅର୍ଥ ଦାବି କରିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ କଟିଯାଇଥିଲା । ଉକ୍ତ ଭିଡିଓ ଡିଲିଟ କରିବା ପାଇଁ ଯୁବତୀଙ୍କୁ ସମ୍ପୃକ୍ତ ଯୁବକ ତିନିଟି କିସ୍ତିରେ ମୋଟ ୨୫ହଜାର ଟଙ୍କା ଦେଇଥିଲେ । ହେଲେ ତାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବ ବୋଲି କହି ଯୁବତୀଜଣକ ଅଧିକ ଅର୍ଥ ଦାବି କରି ବ୍ଲାକମେଲିଂ କରୁଥିଲେ । ଏହାପରେ ଯୁବକ ଜଣକ ପୁଲିସର ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ସୂଚନା ଅନୁଯାୟୀ ଝିଅଟି ଜଣେ ଅଣଓଡ଼ିଆ ସେ ଭୁବନେଶ୍ୱରରେ ରହୁଥିବା ବେଳେ ରାତିରେ ଯୁବକଙ୍କୁ ଭିଡିଓ କଲିଂ ମାଧ୍ୟମରେ ଫସାଇ ଟଙ୍କା ଆଦାୟ କରୁଥିଲା ବୋଲି ସୂଚନା ମିଳିଛି ।
Powered by Froala Editor